Odisha Link
Bridging the Missing Links in Odisha

ବାଇକ ଡିକି ଭାଙ୍ଗି ୧ଲକ୍ଷ ଟଙ୍କା ଲୁଟ

ବାରିପଦା: ରାଜ୍ୟରେ ଲୁଟେରାଙ୍କ ଅତ୍ୟାଚାର ବଢ଼ିବାରେ ଲାଗିଛି। ଦିବାଆଲୋକରେ ବାଇକର ଡିକି ଭାଙ୍ଗି ୧ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା। ଏହି ଘଟଣାଟି ବାରିପଦା ଟାଉନ୍‌ ଥାନାଠାରୁ ମାତ୍ର ଅଳ୍ପ କିଛି ମିଟର ଦୂର ବଡ଼ଦାଣ୍ଡ ପାର୍ଶ୍ବବର୍ତ୍ତୀ ଶୀତଳା ମନ୍ଦିର ସମ୍ମୁଖରେ ଥିବା ଏକ ଦୋକାନ ସମ୍ମୁଖରେ ଘଟିଛି।

ସୂଚନାଅନୁସାରେ, ଆଜି ମଧ୍ୟାହ୍ନ ପ୍ରାୟ ୧୨ଟାରୁ ୧୨.୧୫ ମଧ୍ୟରେ ଦୁଇ ଦୁବୃର୍ତ୍ତ ଜଣେ ଠିକାଦାରଙ୍କ ବାଇକ୍‌ ଡିକି ଭାଙ୍ଗି ଟଙ୍କା ଲୁଟି ନେଇଥିଲେ। ଲୁଟେରା ନମ୍ବରବିହୀନ କଳା ପଲ୍‌ସର ଗାଡିରେ ବସି ଫେରାର୍‌ ହୋଇଯାଇଥିଲେ। ସେମାନେ ନିଜ ମୁହଁରେ ମୁଖା ପିନ୍ଧି ଥିଲେ ।

ମିଳିଥିବା ସୂଚନାଅନୁସାରେ, ବାରିପଦା ପୌରପରିଷଦ ୧୭ ନମ୍ବର ୱାର୍ଡରେ ବାସ କରୁଥିବା ବଡ଼ସାହି ଥାନା ମାଧବପୁର ପଞ୍ଚାୟତ ଅନ୍ତର୍ଗତ କୁଚିଳାପଦା ଗ୍ରାମର ଜୀବନ କୁମାର ଦଣ୍ଡପାଟ।ସେ ଆଜି ସ୍ଥାନୀୟ ଏମକେସି ହାଇସ୍କୁଲ ସମ୍ମୁଖ ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖାରୁ ଏକ ଲକ୍ଷ ଟଙ୍କା ଉଠାଇଥିଲେ।

ଏହି ଟଙ୍କାକୁ ସେ ନିଜର ଓଡ଼ି- ୧୧ ଏଫ- ୮୪୫୫ ନମ୍ବର ବିଶିଷ୍ଟ ବାଇକ ଡିକିରେ ରଖିଥିଲେ। ମଧ୍ୟାହ୍ନ ପ୍ରାୟ ୧୨ ସମୟରେ ଏକ ନିର୍ମାଣ କାର୍ଯ୍ୟର ଟେଣ୍ଡର ପେପର ପକାଇବା ନିମନ୍ତେ ବଡ଼ବଜାରସ୍ଥିତ ଶୀତଳା ମନ୍ଦିର ସମ୍ମୁଖରେ ଥିବା ଏକ ଅନ-ଲାଇନ ସଲ୍ୟୁସନ ଇଣ୍ଟରନେଟ୍‌ ଦୋକାନକୁ ଆସିଥିଲେ।

ବାଇକକୁ ବାହାରେ ରଖି ଉକ୍ତ ଦୋକାନକୁ ଯିବା ମଧ୍ୟରେ ମାତ୍ର କେଇ ମିନିଯ୍‌ ମଧ୍ୟରେ ମୁଖାପିନ୍ଧିଥିବା ଜଣେ ଯୁବକ ଆସି ତାଙ୍କ ଗାଡ଼ି ଡିକି ଭାଙ୍ଗି ଟଙ୍କା ଭର୍ତ୍ତି ବ୍ୟାଗ୍‌ ଧରି ଚମ୍ପଟ୍‌ ମାରିଥିଲେ। ଉକ୍ତ ବାଇକ୍‌ରେ ସେମାନେ ଥାନା ଆଗ ହୋଇ ଅମ୍ବିକା ମନ୍ଦିର ଦିଗରେ ଦ୍ରୁତଗତିରେ ଚାଲିଯାଇଥିଲେ।

Comments are closed.