Odisha Link
Bridging the Missing Links in Odisha

ପୋଖରୀରେ ବୁଡ଼ି ଜଣେ ଯୁବକ ମୃତ

ପାଇକମାଳ: ପୋଖରୀରେ ବୁଡ଼ି ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ ବିଶ୍ବାମିତ୍ର ଭୋଇ। ତାଙ୍କର ବୟସ ୫୨ ବର୍ଷ ।ଏହି ଦୁର୍ଘଟଣାଟି ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଛେତେଙ୍ଗା ପଞ୍ଚାୟତ ବ୍ରାହ୍ମଣଢିହି ଗ୍ରାମର ଏକ ପୋଖରୀରେ ଘଟିଛି।

ସୂଚନାଅନୁସାରେ , ବିଶ୍ଵାମିତ୍ର ଗତକାଲି ଦିନ ସକାଳୁ ଗାଁ ପୋଖରୀକୁ ଫୁଲ ତୋଳିବା ପାଇଁ ଯାଇଥିଲେ। ଫୁଲ ତୋଳିବା ସମୟରେ ତାଙ୍କର ଗୋଡ଼ ଖସିଯିବାରୁ ସେ ଗଭୀର ପାଣି ଭିତରକୁ ପଶି ଜୀବା ସହିତ କଇଁ ଫୁଲ ଗଛରେ ଛନ୍ଦି ହୋଇବାରୁ ପାଣିରେ ବୁଡି ଯାଇଥିବା ଅନୁମାନ କରାଯାଉଛି। କିଛି ଦିନ ହେବ ତାଙ୍କ ଦେହ ଅସୁସ୍ଥ ଥିବା ବେଳେ ତାଙ୍କୁ ଫିଟସ୍ ଥିବାର ସୂଚନା ମିଲିଥିଲା।

ସୋମବାର ସକାଳୁ ପୁଲିସ ଓ ଅଗ୍ନିଶମ ବିଭାଗର ସହାୟତାରେ ପାଣି ଭିତରେ ଭାସୁଥିବା ମୃତକଙ୍କର ଶବ ଉଦ୍ଧାର କରିଥିଲେ। ପାଇକମାଳ ଥାନାର ସବ ଇନ୍ସପେକ୍ଟର ପ୍ରଫୁଲ୍ଲ ପାଣିଗ୍ରାହୀ କେଶ ନମ୍ବର ୨୭/୨୦ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି। ଶବକୁ ବ୍ୟବଛେଦ ପାଇଁ ପଦ୍ମପୁର ଡାକ୍ତରଖାନାକୁ ପଠା ଯାଇଛି ଓ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଥାନା ଆଇଆଇସି ବିଶ୍ୱଜିତ ମନବୋଧ ସୂଚନା ଦେଇଛନ୍ତି ।

Comments are closed.