Odisha Link
Bridging the Missing Links in Odisha

ଘରେ ବସି ଜାଣନ୍ତୁ ଆପଣଙ୍କ ସହରର ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ: ଏଣିକି ଘରେ ବସି ଜାଣିପାରିବେ ଆପଣଙ୍କ ସହରର ପେଟ୍ରୋଲ-ଡିଜେଲ ଦର। ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଜାଣି ପାରିବେ ପେଟ୍ରୋଲ-ଡିଜେଲ ଦର। ଇଣ୍ଡିଆନ୍‌ ଅଏଲ କମ୍ପାନୀ ଆପଣଙ୍କୁ ଏହି ସୁବିଧା ପ୍ରଦାନ କରୁଛି। ଆପଣ ଆପଣଙ୍କ ମୋବାଇଲରେ ଆରଏସ୍‌ପି ଏବଂ ନିଜ ସହରର କୋର୍ଡ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ଏସ୍‌ଏମ୍‌ଏସ୍‌ କରନ୍ତୁ।

ତାପରେ ତୁରନ୍ତ ଆପଣଙ୍କ ମୋବାଇଲକୁ ଆପଣଙ୍କ ସହରର ପେଟ୍ରୋଲ ଓ ଡିଜେଲ ଦର ମେସେଜ ଆସିଯିବ। ସବୁ ସହରର କୋର୍ଡ ଅଲଗା ଅଲଗା ରହିଛି। ଯାହାର ସୂଚନା ଇଣ୍ଡିଆନ୍‌ ଅଏଲ କମ୍ପାନୀ ନିଜ ଓ୍ବେବସା‌ଇଟ ଜରିଆରେ ପ୍ରଦାନ କରିଥାଏ। ପ୍ରତିଦିନ ସକାଳ ୬ଟାରେ ପେଟ୍ରୋଲ ଓ ଡିଜେଲ ଦର ନୂଆ ମୂଲ୍ୟ ନିର୍ଦ୍ଧାରିତ ହୋଇଥାଏ।

ଲଗାତାର କିଛି ଦିନ ହେବ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି। ପେଟ୍ରୋଲ ମୂଲ୍ୟ ୧୫ ରୁ ୧୭ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲର ମୂଲ୍ୟ ୧୫ରୁ ୧୯ ପଇସା ବୃଦ୍ଧି ପାଇଛି। ରାଜଧାନୀ ଦିଲ୍ଲୀରେ ଗୁରୁବାର ପେଟ୍ରୋଲ ଦର ୧୭ ବୃଦ୍ଧି ପାଇଥିବା ବେଳେ ଡିଜେଲର ଦର ୧୯ ପଇସା ମହଙ୍ଗା ହୋଇଛି। ନୂଆଦିଲ୍ଲୀରେ ବୁଧବାର ଦିନ ପେଟ୍ରୋଲ ଦର ଟ୮୨.୪୯ ପଇସା ଥିବାବେଳେ ଗୁରୁବାର ତାହା ଟ୮୨.୬ ପଇସା ହୋଇଛି।

ସେହିପରି ମାୟାନଗରୀ ମୁମ୍ବାଇରେ ପେଟ୍ରୋଲ ଦର ୧୪ ପଇସା ବଢ଼ି ଲିଟର ପିଛା ଟ ୮୯.୩୩ ପଇସାରେ ପହଁଞ୍ଚିଛି। କୋଲକାତାରେ ବୁଧବାର ଟ୮୪.୦୨ ପଇସା ପେଟ୍ରୋଲ ଦର ଥିବା ବେଳେ ତାହା ଗୁୁରୁବାର ଦିନ ଟ୮୪.୧୮ ପଇସାରେ ପହଁଞ୍ଚିଛି। ସେହିପରି ଚେନ୍ନାଇରେ ଟ୮୫.୮୯ ପଇସା ରହିଛି।

ପେଟ୍ରୋଲ ପରି ଡିଜେଲ ଦର ମଧ୍ୟ ଗୁରୁବାର ବୃଦ୍ଧି ପାଇଛି। ଦିଲ୍ଲୀରେ ବୁଧବାର ଡିଜେଲ ଦର ଟ୭୨.୬୫ ଥିବାବେଳ ତାହା ଗୁରୁବାର ଟ୭୨.୮୪ ପଇସାରେ ପହଁଞ୍ଚିଛି। ସେହିପରି ମୁମ୍ବାଇରେ ବୁଧବାର ଟ୭୯.୨୨ ପଇସା ଥିବାବେଳେ ତାହା ଗୁରୁବାର ଟ ୭୯.୪୨ ପଇସା ରହିଛି।

ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ଗୁରୁବାର ପେଟ୍ରୋଲ ଲିଟର ପିଛା ଟ୮୩.୨୮ ପଇସା ଥିବାବେଳେ ଡିଜେଲ ଦର ଟ୭୯.୩୩ ପଇସା ରହିଛି।

Comments are closed.