ବଢ଼ିଲା ବସ୍ ଭଡ଼ା

ଭୁବନେଶ୍ବର: କ୍ରମାଗତ କିଛି ଦିନ ହେବ ତୈଳ ଦର ବୃଦ୍ଦି ପାଇବାରେ ଲାଗିଛି। ଏହାକୁ ନଜରରେ ରଖି ରାଜ୍ୟରେ ବସ୍ ଭଡ଼ା ବୃଦ୍ଧି ପାଇଛି। ଅଡିନାରୀ ବସ୍ ଭଡ଼ା ୭୨ ରୁ ବଢ଼ି ୭୩ ପଇସା ହୋଇଛି। ସେହିପରି ଏକ୍ସ ପ୍ରେସ୍ ବସ୍ ଭଡ଼ା ବଢ଼ି କିଲୋମିଟର ପିଛା ୭୫ ପଇସାରୁ ୭୬ ପଇସା କରାଯାଇଛି। ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୧ ଟଙ୍କା ୦୫ ରୁ ବଢ଼ି ୧ ଟଙ୍କା ୦୭ ହୋଇଛି। ଏସି ଡିଲକ୍ସ କିଲୋମିଟର ପିଛା ୧ଟଙ୍କା ୨୭ରୁ ବଢ଼ି ୧ଟଙ୍କା ୨୯ ହୋଇଛି।
ପ୍ରାୟ ୨ ବର୍ଷ ଭିତରେ ସର୍ବୋଚ୍ଚ ସ୍ତରରେ ପହଂଚିଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ । ଭୁବନେଶ୍ୱରରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୮୪ ଟଙ୍କା ଟପିଥିବା ବେଳେ ଡିଜେଲ ୮୦ ଟଙ୍କା ଟପିସାରିଛି।
Comments are closed.