Odisha Link
Bridging the Missing Links in Odisha

ତହସିଲଦାରଙ୍କୁ ଆକ୍ରମଣ, ପଥର ନେଇ ମାଫିଆ ଚମ୍ପଟ

ଜଟଣି: ଖଣି ମାଫିଆମାନେ ଜଟଣି ତହସିଲଦାରଙ୍କୁ ଆକ୍ରମଣ କରି ଗାଡ଼ିକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ତେବେ ଏହି ଆକ୍ରମଣରୁ ତହସିଲଦାର ଓ ଅନ୍ୟ କର୍ମଚାରୀମାନେ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି ।

ବେଆଇନ ପଥର ଟ୍ରାକ୍ଟରକୁ ଜବତ କରିବା ସମୟରେ ମାଫିଆମାନେ ଆକ୍ରମଣ କରିଥିଲେ। ଘଟଣା ପରେ ଦୁର୍ବୃତ୍ତମାନେ ପଥର ବୋଝେଇ ଗାଡ଼ିକୁ ନେଇ ଚମ୍ପଟ ମାରିଥିବା ସୂଚନା ମିଳିଛି। ଏନେଇ ତହସିଲଦାର ଶିଳ୍ପାଞ୍ଚଳ ଫାଣ୍ଡିରେ ଅଭିଯୋଗ କରିଥିବା ଜଣାଯାଇଛି ।

Comments are closed.