Odisha Link
Bridging the Missing Links in Odisha

କାର୍-ବାଇକ୍ ମୁଁହାମୁହିଁ ଧକ୍କା, ଜଣେ ମୃତ

ଜଗତସିଂହପୁର: ସଡ଼କ ଦୁର୍ଘଟଣା ଜଣେ ବାଇକ ଆରୋହୀ ମୃତ୍ୟୁ ବରଣ କରିଛନ୍ତି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାଟି କଟକ-ପାରାଦୀପ ରାଜ୍ୟ ରାଜପଥର ରଘୁନାଥପୁର ବଜାର ନିକଟରେ ଘଟିଥବାର ଖବର ମିଳିଛି।

ସୂଚନା ଅନୁସାରେ, ଏକ କାର୍ ଓ ବାଇକ୍ ମୁଁହାମୁହିଁ ଧକ୍କା ହୋଇଛି। ଏହାଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ଏଣେ ଦୁର୍ଘଟଣା ପରେ କାରଟି ଜଳିଯାଇଥିବା ଜଣାଯାଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

Comments are closed.