Odisha Link
Bridging the Missing Links in Odisha

ଆହାତ ଯୁବକଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଜଣେ ଆହାତ ଯୁବକଙ୍କୁ ଡ଼ାକ୍ତଖାନାରେ ଭର୍ତ୍ତି କରିଛନ୍ତି। ଆହାତ ଯୁବକ ଜଣଙ୍କ ହେଲେ ମୁନା ତାଙ୍କ ଘର ପିପିଲିର ବୋଲି ସୂଚନା ମିଳିଛି।

ପ୍ରକାଶ ଯେ, ମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀରୁ ଫେରୁଥିବା ବେଳେ ଗୁରୁତର ଆହତ ହୋଇ ରାସ୍ତାରେ ଉପରେ ବେହୋସ ଅବସ୍ଥାରେ ପଡିଥିବା ଜଣେ ଯୁବକଙ୍କୁ ଉଦ୍ଧାର କରିଥିଲେ।

ଯୁବକ ଜଣଙ୍କୁ ସେହି ଅବସ୍ଥାରେ ଦେଖିବା ପରେ ମନ୍ତ୍ରୀ ୧୦୮ତୁ କଲ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବା ଦେଖି ସେ ନିଜ ଗାଡିରେ ଉକ୍ତ ଯୁବକଙ୍କୁ ଆଣି ହସ୍‍ପିଟାଲ୍‍ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।

ଯୁବକ ଜଣଙ୍କ ଏବେ ଚିକିତ୍ସାଧିନ ଅଛନ୍ତି। ଯୁବକଙ୍କ ନିକଟରୁ ମୋବାଇଲା ଓ ପର୍ସରୁ ତାଙ୍କ ପରିଚୟ ହସ୍ତଗତ ହୋଇଛି। ଏହାପରେ ମନ୍ତ୍ରୀ ଯୁବକଙ୍କ ପରିବାର ସହ କଥାବାର୍ତ୍ତା ହୋଇଛନ୍ତି।

Comments are closed.