Odisha Link
Bridging the Missing Links in Odisha

ରାତି ପାହିଲେ ମିଳିବ ଜଗା ଦର୍ଶନ, ସମୟ ସୀମା ଜାରିକଲେ ପ୍ରଶାସନ

ପୁରୀ: ରାତି ପାହିଲେ ମଳିବ ଜଗା ଦର୍ଶନ। ଦର୍ଶନ ଦେବେ କୋଟି ଓଡ଼ିଆଙ୍କ ମଉଡ଼ମଣି କାଳିଆ ସାଆନ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥ। ଚାତକ ପରି ଚାହିଁ ବସିଥିବା ଭକ୍ତ କାଲି ଦର୍ଶନ କରିବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ। ସବୁ ଅପେକ୍ଷାର ଅନ୍ତ ପରେ କାଲି ହେବ ଭକ୍ତ ଭଗବାନଙ୍କର ମିଳିନ।

ଆସନ୍ତା କାଲିଠୁ ୩ ଦିନ ଧରି ସେବାୟତ ଓ ତାଙ୍କ ପରିବାରର ସଦସ୍ୟ ମହାପ୍ରଭୁଙ୍କ ଦର୍ଶନ କରିବେ। ଅଣସେବାୟତଙ୍କୁ ଚିହ୍ନଟ କରିବା ପାଇଁ ଜେଟିପି ଓ ପୋଲିସ ମୁତୟନ ହେବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଯାଇଥିବା ସ୍ଵାସ୍ଥ୍ୟ ଓ ଅନ୍ୟ କୌଣସି ପରିଚୟ ପତ୍ର ଦେଖାଇ ଯେକୌଣସି ଦ୍ୱାର ଦେଇ ପ୍ରବେଶ କରିପାରିବେ। ସକାଳ ୭.୩୦ ରୁ ଦର୍ଶନ ସୁଯୋଗ ମିଳିବ।

ପୁରୀବାସୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ମଧ୍ୟ ସବୁ ପ୍ରସ୍ତୁତି ଶେଷ ହୋଇଛି। ଓ୍ବାର୍ଡ ଓ୍ବାରୀ ତାଲିକା ପ୍ରସ୍ତୁତ କରାଯାଇଛି। ୨୬ ତାରିଖ ସକାଳ ୭.୩୦ରେ ପୁରୀବାସୀ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ। ପ୍ରଥମ ଦିନ ୨/୩/୬/୯/୧୧/୧୨/୧୫ ୱାର୍ଡବାସୀ ଦର୍ଶନ କରିବେ। ପ୍ରଥମ ପର୍ଯ୍ୟାୟ ଦର୍ଶନ ସାଢ଼େ ୭ଟାରୁ ସାଢ଼େ ୧୧ ପର୍ଯ୍ୟନ୍ତ, ଦ୍ଵିତୀୟ ପର୍ଯ୍ୟାୟ ୧୨ ଟାରୁ ଦିନ ୪ଟା ପର୍ଯ୍ୟନ୍ତ ଏବଂ ତୃତୀୟ ପର୍ଯ୍ୟାୟ ଦର୍ଶନ ସାଢ଼େ ୪ଟାରୁ ରାତ୍ର ପହୁଡ ପର୍ଯ୍ୟନ୍ତ ଚାଲିବ। ପ୍ରତି ସିଫ୍ଟରେ ପ୍ରତିହାରୀ ନିଯୋଗର ୧୫ ଜଣ ସ୍ବେଛାସେବୀ ନିୟୋଜିତ ହେବେ।

୨୬ ତାରିଖ ସକାଳ ପ୍ରଥମ ଦଫାରେ ୭.୩୦ଟାରୁ ୧୧.୩୦ ପର୍ଯ୍ୟନ୍ତ ୱାର୍ଡ ନଂ ୬ ଏବଂ ୯ ଲୋକମାନେ ଦର୍ଶନ କରିବେ। ସେହିପରି ୧୨ଟାରୁ ୪ଟା ୩୦ ପର୍ଯ୍ୟନ୍ତ ଓ୍ବାଡ ନଂ ୧୨ ଏବଂ ୧୫, ୪ଟା ୩୦ରୁ ରାତ୍ର ପହୁଡ ପର୍ଯ୍ୟନ୍ତ ଓ୍ବାର୍ଡ ନଂ ୨,୩ ଏବଂ ୧୧ ଲୋକମାନେ ଦର୍ଶନ କରିବେ। ୨୭ ତାରିଖ ସକାଳ ୭ ଟା ୩୦ ରୁ ୧୧ ଟା ୩୦ ଯାଏଁ ୱାର୍ଡ ନମ୍ବର ୧୩, ୧୨ ଟାରୁ ୪ଟା ପର୍ଯ୍ୟନ୍ତ ଓ୍ବାର୍ଡ ନଂ ୧୬ ଓ ୧୮, ୪ଟା ୩୦ରୁ ରାତ୍ର ପହୁଡ ଯାଏଁ ୪, ୧୭ ଏବଂ ୨୦ ନମ୍ବର ୱାର୍ଡ ଲୋକମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।

ସେହିପରି ୨୮ ତାରିଖ ସକାଳ ୭.୩୦ଟାରୁ ୧୧.୩୦ ପର୍ଯ୍ୟନ୍ତ ୱାର୍ଡ ନଂ ୧୦ ଓ ୧୯, ୧୨ଟାରୁ ୪ଟା ୩୦ ଓ୍ବାଡ ନଂ ୮ ଏବଂ ୨୧, ୪ଟା୩୦ରୁ ରାତ୍ର ପହୁଡ ପର୍ଯ୍ୟନ୍ତ ୫ନଂ ୱାର୍ଡ ଲୋକମାନେ ଦର୍ଶନ କରିବେ। ୨୯ ତାରିଖ ସକାଳ ୭.୩୦ରୁ ୧୧.୩୦ ୱାର୍ଡ ନମ୍ବର ୧୪ ଓ ୩୨, ୧୨ଟାରୁ ୪ଟା ୨୨ ଏବଂ ୨୬ ନଂ ଓ୍ବାର୍ଡ, ୪ଟା୩୦ରୁ ରାତ୍ର ପହୁଡ ପର୍ଯ୍ୟନ୍ତ ୧ ନମ୍ବର ୱାର୍ଡ, ୩୦ତାରିଖରେ ୭.୩୦ରୁ ୧୧.୩୦ ୱାର୍ଡ ନମ୍ବର ୨୩ ଓ ୨୪, ୧୨ଟାରୁ ୪ଟା ୩୦ ୱାର୍ଡ ନମ୍ବର ୨୫ ଏବଂ ୩୦, ୪ଟା୩୦ରୁ ରାତ୍ର ପହୁଡ ପର୍ଯ୍ୟନ୍ତ ୭ ଓ ୨୭ ନମ୍ବର ୱାର୍ଡ ଲୋକମାନେ ଦର୍ଶନ କରିବେ। ୩୧ ତାରିଖରେ ୭.୩୦ରୁ ୧୧.୩୦ ୱାର୍ଡ ନମ୍ବର ୨୮ ଏବଂ ୧୨ଟାରୁ ୪ଟା ୩୦ ୱାର୍ଡ ନମ୍ବର ୨୯ ଓ ୩୧ ଦର୍ଶନ କରିବେ। ଦର୍ଶନରେ ସହାୟତା ପାଇଁ ପ୍ରତି ସିଫ୍ଟରେ ପ୍ରତିହାରୀ ନିଯୋଗର ୧୫ଜଣ ସ୍ବେଛାସେବୀ ନିୟୋଜିତ ହେବେ।

ବୟସ୍କ ଓ ସ୍ୱାସ୍ଥ୍ୟ ସମସ୍ୟା ଥିବା ଲୋକଙ୍କୁ ନଆସିବାକୁ ଜିଲ୍ଲାପାଳ ପରାମର୍ଶ ଦେଉଛନ୍ତି। ପୌରପାଳିକା ପକ୍ଷରୁ ଯୋଗାଯାଇଥିବା ଚିରୁକୁଟି ଧରି ନିର୍ଦ୍ଧାରିତ ସମୟ ଓ ତାରିଖରେ ୱାର୍ଡବାସୀ ଆସିବେ। ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ।

Comments are closed.