Odisha Link
Bridging the Missing Links in Odisha

ଟ୍ରେନ୍‌ ଚାପାରେ ବୃଦ୍ଧ ମୃତ

ବ୍ରଜରାଜନଗର: ଗତରାତିରେ ଟ୍ରେନ ଚାପାରେ ଜଣ ବୃଦ୍ଧ ମୃତ୍ୟୁ ବରଣ କରିଛନ୍ତି। ଏହି ଦୁର୍ଘଟଣାଟି ଝାରସୁଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ଗୌରମାଲ ପଞ୍ଚାୟତର ଜାମପଡ଼ା ନିକଟ ଝାରସୁଗୁଡ଼ା-ସବଡ଼େଗା ଟ୍ରେନ୍‌ ଲାଇନ୍‌ରେ ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ସୁନ୍ଦର ଖଡ଼ିଆ। ତାଙ୍କ ବୟସ ୮୯ ବର୍ଷ।

ସେ ଜୁନାଡ଼ିହରେ ଜଣେ ସମ୍ପର୍କୀୟଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଫେରୁଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଥିବା ଜଣାପଡ଼ିଛି।ଖବର ପାଇ ‘ଜିଆର୍‌ପି’ର ରେଳବାଇ ଏସ୍‌ଆଇ ରବି ପଟେଲ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଚଳାଇଛନ୍ତି।

ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ରାଜପୁର ସମିତି ସଭ୍ୟ ଗଣେଶ ରାମ ବାଗ, ଗୌରମାଲ ନାଏବ ସରପଞ୍ଚ ମାଗଶୀର ଖଡ଼ିଆ ଘଟଣାସ୍ଥଳରେ ପହଞ୍ଚିବା ସହ ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ପାଳନରେ ବିଳମ୍ବ କରୁଥିବାରୁ ଦୁର୍ଘଟଣା ଘଟୁଥିବା କଥା କହିଛନ୍ତି।

ନାଡ଼ିହୀ-ଜାମପଡ଼ା ରାସ୍ତାରେ ନିର୍ମିତ ରେଲ୍‌ୱେ ଅଣ୍ଡର୍‌ ବ୍ରିଜ୍‌ ନିର୍ମାଣରେ ତ୍ରୁଟି ଥିବାରୁ ପ୍ରାୟ ସବୁ ସମୟରେ ସେଠାରେ ପାଣି ଜମି ରହୁଛି। ଫଳରେ ଗ୍ରାମବାସୀମାନେ ସେହି ଅଣ୍ଡର୍‌ବ୍ରିଜ୍‌ ବାଟେ ଯାତାୟାତ ନ କରି ଟ୍ରେନ୍‌ ଲାଇନ୍‌ ଉପରେ ଯିବାକୁ ବାଧ୍ୟ ହେଉଛନ୍ତି।

Comments are closed.