ଲକ୍ଷାଧିକ ଟଙ୍କା ହେର୍ଫେର୍ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ

ଅନୁଗୁଳ: ଅନୁଗୁଳ ସାତକୋଶିଆ ଅଭୟାରଣ୍ୟ ବନ୍ତଳା ରେଞ୍ଜରେ ବାଉଁଶ ଗଛ ଲଗାଇବାରେ ହେରାଫେର୍ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ। ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ର ୪ଟିମ୍ ପକ୍ଷରୁ ଛାନ୍ଭିନ୍ ଆରମ୍ଭ ହୋଇଛି। ଭିଜିଲାନ୍ସ ଟିମ୍ ବଲଙ୍ଗ, ନୂଆଁଗାଁ ଅଞ୍ଚଳରେ ଛଢାଉ ଆରମ୍ଭ କରିଛି।
ବାଉଁଶ ଗଛ ଲଗାଇବାରେ ଲକ୍ଷାଧିକ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି। କିଛି ଶ୍ରମିକ ସେମାନଙ୍କର ଦରମା ପାଇଁ ନ ଥିବା ଅଭିଯୋଗ ମଧ୍ୟ ଅଭିଯୋଗ ଆସିଥିଲା । ଭିଜିଲାନ୍ସ ଏସ.ପି ଙ୍କ ନିର୍ଦେଶ କ୍ରମେ ଏହି ଚଢ଼ାଉ ଜାରି ରହିଛି।
ଅନ୍ୟପଟେ ଚଢାଉ ନେଇ କୌଣସି ସୂଚନା ଦେବାକୁ ଭିଜିଲାନ୍ସ ଅଧିକାରୀ ଦେବାକୁ ମନା କରିଦେଇଛନ୍ତି। ଯେ ପର୍ଯ୍ୟନ୍ତ ତଦନ୍ତ ଶେଷ ହୋଇନାହିଁ । ସେପର୍ଯ୍ୟନ୍ତ କିଛି ତଥ୍ୟ ଦିଆଯାଇପାରିବ ନାହିଁ ବୋଲି ଭିଜିଲାନ୍ସ ଅଧିକାରୀ ସ୍ପଷ୍ଟ କରିଦେଇଛନ୍ତି।
Comments are closed.