Odisha Link
Bridging the Missing Links in Odisha

ପୁଲିସର ଅତର୍କିତ ଚଢଉ, ୫ ଖଣି ମାଫିଆ ଗିରଫ

ରଣପୁର: ଦୀର୍ଘଦିନ ଧରି ଚୋରା ପଥର ଖଣି ଖନନ କାର୍ଯ୍ୟ ଚାଲୁ ରହିଥିବା ବେଳେ ଅଚାନକ ଚଢାଉ। ଚାନ୍ଦପୁର ଥାନା ଅନ୍ତର୍ଗତ ଅଞ୍ଚଳରେ ବେଆଇନ୍‌ ଭାବେ ଚାଲୁଥିଲା ପଥର ଖଣି ଖନନ। ସୂଚନା ପାଇ ରବିବାର ଚାନ୍ଦପୁର ଆଇଆଇସି ରଶ୍ମି ରଞ୍ଜନ ଦାଶ ଅଚାନକ ଏହି ବେଆଇନ୍‌ ଖଣିଗୁଡିକ ଉପରେ ଚଢାଉ କରିଥିଲେ।

ଝାଡପଡା ରାଜସ୍ୱ ସର୍କଲର ଜଙ୍କିଆ ଓ ମୟୂରଝାଲିଆ ଅଞ୍ଚଳରେ ଏହି ଖଣିଗୁଡିକ ଅବସ୍ଥିତ। ପୁଲିସର ଅତର୍କିତ ଚଢାଉରେ ଖଣି ମାଫିଆ ଓ ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

ପୁଲିସ ମୟୂରଝାଲିଆ ଗ୍ରାମର ରମେଶ ପ୍ରଧାନ, ଅମରେନ୍ଦ୍ର ପ୍ରଧାନ ଓ କମାଗୁରୁ ଗ୍ରାମର ମୁକୁନ୍ଦ ଭୁଜବଳ, ଶରତ ଦାଶ, ପଙ୍କଜ ବେହେରାକୁ ଗିରଫ କରିବା ସହ ଏକ ଟ୍ରାକ୍ଟର ଓ ଗୋଟିଏ ବାଇକ୍‌ ଜବତ କରିଛି। ଗିରଫ ବ୍ୟକ୍ତିମାନଙ୍କୁ ମଙ୍ଗଳବାର କୋର୍ଟ ଚାଲଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲକୁ ପଠାଇ ଦିଆ ଯାଇଛି।

Comments are closed.