Odisha Link
Bridging the Missing Links in Odisha

ବିବାହିତା ମହିଳାଙ୍କୁ ଗଳା କାଟି ହତ୍ୟା, ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ

ଭଦ୍ରକ: ମହିଳାଙ୍କ ଗଳା କାଟି ହତ୍ୟା। ଏହି ଅଭାବନୀୟ ଘଟଣାଟି ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ନୂଆପୋଖରୀ ଗାଁରେ ଘଟିଛି। ମୃତକ ଜଣଙ୍କ ହେଲେ ରାଧାରାଣୀ ମହାନ୍ତି। ତାଙ୍କ ବୟସ ୨୭ ବର୍ଷ ।

ସୂଚନା ଅନୁସାରେ, ଗାଁର ବାଉଁଶବୁଦା ମୂଳରେ ଉକ୍ତ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। କେହି ତାଙ୍କର ଗଳା କାଟି ହତ୍ୟା କରିଥିବା ଜଣାଯାଇଛି। କିନ୍ତୁ ହତ୍ୟାକାଣ୍ଡର କାରଣ ବି ଜଣାପଡ଼ିନାହିଁ। ଖବର ପାଇ ଭଣ୍ଡାରୀପୋଖରୀ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

Comments are closed.