ଆଜବେଷ୍ଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ଗହଣା ଲୁଟ୍

ପାଟଣା : ଆଜବେଷ୍ଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ଗହଣା ଲୁଟ୍। ଏହି ଦୁର୍ଘଟଣାଟି କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରରେ ଘଟିଛି। ଗତ କାଲି ବିଳମ୍ବିତ ରାତିରେ ପାଟଣା ବଜାର ଉପରେ ଥିବା ପ୍ରମିଳା ଜୁଏଲାରୀର ପଛ ପଟ ଆଜବେଷ୍ଟ ଭାଙ୍ଗି ଲୁଟ୍ ହୋଇଛି।
ଏନେଇ ଦୋକାନା ମାଲିକ ଥାନାରେ ଅଭିଯୋଗ କରିଛନ୍ତି । ଥାନାରେ ଅଭିଯୋଗ ପରେ ପୁଲିସ ଦୋକାନାରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ତେବେ ଲୁଟ୍ ସମୟରେ ସିସିଟିଭିରେ କିଛି ଟିତ୍ର କଏଦ ହୋଇଥିବା ସୂଚନା ମିଳିଛି ।