ଝାରପଡ଼ା ଜେଲରେ କଏଦୀ ମୃତ

ଭୁବନେଶ୍ବର: ଝାରପଡ଼ା ଜେଲରୁ ଜଣେ ବିଚାରାଧୀନ କଏଦୀ ମୃତ। ମୃତ କଏଦୀର ହେଲେ ରବି ଦୁଲାଲ୍। ତାଙ୍କୁ ନୟାଗଡ଼ ଅସ୍ତ୍ରାଗାର ଲୁଟ ଘଟଣାରେ ଗିରଫ କରି ଜେଲରେ ରଖା ଯାଇଥିଲା।
ସୂଚନା ଅନୁସାରେ,ଆଜି ସକାଳେ ରବି ପାଣି ଆଣିବାକୁ ଯିବା ସମୟରେ ତାଙ୍କର ମୁଣ୍ଡ ବାଡ଼େଇ ହୋଇ ଯାଇଥିଲା। ସେ ତଳେ ପଡ଼ି ଯାଇଥିଲେ। ତାପରେ ତାକୁ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାକୁ ମୃତ ଘୋଷଣା କରିଥଲେ।
ନୟାଗଡ଼ ଅସ୍ତ୍ରାଗାର ଲୁଟ ଘଗଣା ବ୍ୟତିତ ରବି ଦଶପଲ୍ଲା ଥାନା ପୋଡ଼ି, ଅସ୍ତ୍ରଶସ୍ତ୍ର ଲୁଟ୍, ହତ୍ୟା, ବିସ୍ଫୋରଣ କରିବା ଭଳି ସଂଗୀନ ମାମଲାର ଲିପ୍ତ ଥିଲା ବୋଲି ସୂଚନା ମିଳିଛି।