Odisha Link
Bridging the Missing Links in Odisha

ଝାରପଡ଼ା ଜେଲର ଅନ୍ତେବାସୀଙ୍କ ପାଇଁ ଲାଗିଲା ଆକ୍ବାଗାର୍ଡ

ଭୁବନେଶ୍ବର: ଝାରପଡ଼ା ଜେଲର ଅନ୍ତେବାସୀଙ୍କ ପାଇଁ ଲଗାଗଲା ୫ଟି ଆକ୍ବାଗାର୍ଡ। ଜେଲରେ ରହୁଥିବା ୧୫୬୬ ଅନ୍ତେବାସୀଙ୍କ ପାନୀୟ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇ ଏହି ପଦକ୍ଷେପ ନିଆଯାଇଛି।

ଏହାଛଡ଼ା ଜେଲ ସଂସ୍କାର କାର୍ଯ୍ୟକ୍ରମ ଭିତରେ କ୍ୟାଣ୍ଟିନ ଖୋଲାଯାଇଛି। ୩ ବର୍ଷ ମଧ୍ୟରେ ଏଥିରୁ ୩୪ ଲକ୍ଷ ୫୭୫ ଟଙ୍କା ଲାଭ ହୋଇଛି। ପ୍ରିଜନର୍ସ ୱେଲଫେୟାର ଦିଗରେ ଏହାକୁ ବିନିଯୋଗ କରାଯିବ ବୋଲି ଜଣାଯାଇଛି।

Comments are closed.