Odisha Link
Bridging the Missing Links in Odisha

ମନା କଲେ ପରେ ମିଳିବନି ମାଗଣା ଟିକା

ଭୁବନେଶ୍ୱର: ଆଜି ରାଜ୍ୟରେ ପହଞ୍ଚିବ ୩ ଲକ୍ଷ ୩୪ ହଜାର ୫ ଶହ କୋଭିସିଲ୍ଡ ଟିକା। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏହା ସହ ସେ କହିଛନ୍ତି ଯେ, ‘ଟିକା ନେବାକୁ ମନା କଲେ ସରକାରଙ୍କ ପକ୍ଷରୁ ଆଉ ଟିକା ଦିଆଯିବନି। ଅନୁପସ୍ଥିତ ରହିଲେ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ସୁଯୋଗ ମିଳିବ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଟିକାକରଣ ସଫଳଭାବେ ଚାଲିଛି। ୩୨ ହଜାର ୫୨୬ ଜଣଙ୍କୁ ଟିକା ଦିଆଯାଇଛି। ଆଜି ଯେତିକି ଟିକା ଆସୁଛି ପଞ୍ଜିକୃତ ସବୁ ସ୍ୱାସ୍ଥ୍ୟକର୍ମୀଙ୍କୁ କଭର କରିବ। କାଲି ଟିକାକରଣରେ ୧୦୨ ପ୍ରତିଶତ ସଫଳତା ମିଳିଛି। ଆଜି ୧୯୨ଟି ସେନସରେ ଟିକାକରଣ ହେବ। ୧୬ ହଜାର ୨୬୨ ଟିକାକରଣ ଲକ୍ଷ୍ୟ ଧାର୍ଯ୍ୟ ରହିଛି।

ବର୍ତ୍ତମାନ କୌଣସି ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇନି। ୭ଟି ସାମାନ୍ୟ ଧରଣର କେସ୍ ଆସିଥିଲା, ବର୍ତ୍ତମାନ ସବୁ ଠିକ୍ ଅଛି। ୨ଟି ପର୍ଯ୍ୟାୟରେ ଆସିଥିବା ଟିକା ସବୁ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ପର୍ଯ୍ୟାପ୍ତ ହେବ। ସବୁ ସ୍ୱାସ୍ଥ୍ୟକର୍ମୀ ଟିକା ନେବାକୁ ଆଗେଇ ଆସନ୍ତୁ, କାରାଣ ଟିକା ନେବାକୁ ମନା କଲେ ଆଉ ମାଗଣା ଟିକା ମିଳିବନି।

Comments are closed.