Odisha Link
Bridging the Missing Links in Odisha

ପିପିଲି ଉପନିର୍ବାଚନ: ଟିକେଟ ଆଶାୟୀ ଥିବା ଜଣାଇଲେ ରୁଦ୍ର

 ପିପିଲି : ପିପିଲି ଉପନିର୍ବାଚନ ପାଇଁ ପ୍ରସ୍ତୁତି ଜୋର ଧରିଲାଣି। ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଖୋଜା ଆରମ୍ଭ ହୋଇଯାଇଛି। ଟିକେଟ ପାଇଁ ଆଶାୟୀଙ୍କ ମଧ୍ୟ କସରତ ଆରମ୍ଭ କରିଲେଣି। ଆଜି ପିପିଲି ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ପର୍ଯ୍ୟବେକ୍ଷକ ଘୋଷଣା କରାଯାଇଛି। ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲି ଆସନ ଖାଲି ପଡିଛି।

ପିପିଲି ଉପନିର୍ବାଚନ ନେଇ ପୁଅ ରୁଦ୍ର ମହାରଥୀ ବି ଟିକେଟ ଆଶାୟୀ ଥିବା ଜଣାଯାଇଛି। ସିଧାସଳଖ ନହେଲେ ବି ପରୋକ୍ଷରେ ସେ ଟିକେଟ ପାଇଁ ଆଶାୟୀ ଥିବା ରୁଦ୍ର କହିଛନ୍ତି। ଏହି ପରିପ୍ରେକ୍ଷୀରେ ରୁଦ୍ର ମହାରଥୀ କହିଛନ୍ତି ଯେ, ଦଳ ଯାହାକୁ ନିଷ୍ପତ୍ତି ନେବ ଆମେ ସମର୍ଥନ କରିବୁ। ଆମକୁ ଯାହା ଦଳରୁ ଆଦେଶ ଆସିବ, ତାହାକୁ ମୁଁ ଓ ମା ପାଳନ କରିବୁ। ମା’ଙ୍କ ବି ନିର୍ବାଚନ ପରିଚାଳନା ଅଭିଜ୍ଞତା ରହିଛି। ବାପାଙ୍କ ସହ ମୁଁ ୨ଟି ନିର୍ବାଚନ ବୁଲିଛି । ମୋର ଅଭିଜ୍ଞତା ଅଛି । ମା’ଙ୍କ ବି ଅଭିଜ୍ଞତା ରହିଛି।ମାଟିର ଉନ୍ନତି ପାଇଁ ସର୍ବଦା ରୁଦ୍ର ମହାରଥୀ ରହିବ ବୋଲି ସେ କହିଛନ୍ତି।

କିଛି ଦିନ ପୂର୍ବରୁ ଦିବଂଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ ଟିକେଟ ବିଷୟରେ ମୁହଁ ଖୋଲିଥିଲେ। ତାଙ୍କୁ ଯଦି ପ୍ରାର୍ଥୀ କରାଯାଏ ତେବେ ସେ ଖୁସି ହେବେ ବୋଲି କହିଥିଲେ।

Comments are closed.