Odisha Link
Bridging the Missing Links in Odisha

୫ ବର୍ଷର ଶିଶୁ କନ୍ୟାର ଗଳା କାଟିଲା ଦୁର୍ବୃତ୍ତ

ବ୍ରହ୍ମପୁର: ୫ ବର୍ଷର ଶିଶୁ କନ୍ୟାର ଗଳା କାଟିଲା ଦୁର୍ବୃତ୍ତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଚିକିଟି ସୋରଳରେ। ୫ ବର୍ଷର ନାବାଳିକାର ଗଳା କାଟିଲା ୨୪ ବର୍ଷର ଯୁବକ। ସୋରଳ ଓଡ଼ିଆ କଲୋନୀରେ ଏଭଳି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ନାବାଳିକାର ଗଳା କାଟୁଥିବାର ଦେଖି ଗାଁଲୋକ ଦୌଡି ଆସିଥିଲେ, ଏବଂ ଦୁର୍ବୃତ୍ତକୁ କାବୁ କରିଥିଲେ। ଗୁରୁତର ଅବସ୍ଥାରେ ଶିଶୁଟିକୁ ଉଦ୍ଧାର କରି ବ୍ରହ୍ମପୁର ଏମ୍‌କେସିଜି ଭର୍ତ୍ତି କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି।

Comments are closed.