Odisha Link
Bridging the Missing Links in Odisha

ପିପିଲି ଉପନିର୍ବାଚନ: ବିଜେଡି ପର୍ଯ୍ୟବେକ୍ଷକ ଘୋଷଣା

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ପର୍ଯ୍ୟବେକ୍ଷକ ଘୋଷଣା କରାଯାଇଛି। ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଏନେଇ ସାଧାରଣ ସଂପାଦକ (ଗଣମାଧ୍ୟମ) ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି।

ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପର ଠାରୁ ପିପିଲି ଆସନ ଖାଲି ପଡିଛି। ନିୟମ ଅନୁସାରେ ୬ ମାସ ମଧ୍ୟରେ ଉପନିର୍ବାଚନ ହେବା କଥା । ଏପ୍ରିଲ ମାସରେ ୬ ମାସ ପୁରୁଥିବାରୁ ରାଜ୍ୟ ନିର୍ବାଚନ ଅଧିକାରୀ ପିପିଲି ଉପନିର୍ବାଚନ ପାଇଁ ପ୍ରସ୍ତୁତି କରୁଛନ୍ତି।

ପିପିଲିରେ ମୋଟ ୨ ଲକ୍ଷ ୨୯ ହଜାର ୯୦୩ ଜଣ ଭୋଟର ଅଛନ୍ତି ସେଥିମଧ୍ୟରୁ ୧ ଲକ୍ଷ ୧୯ ହଜାର ୨୦ ଜଣ ପୁରୁଷ ଭୋଟର ଥିବାବେଳେ ମହିଳା ଭୋଟର ୧ ଲକ୍ଷ ୧୦ ହଜାର ୫୬୧ ଜଣ ଅଛନ୍ତି। ପୋଷ୍ଟାଲ ବାଲାଟ ଭୋଟରଙ୍କ ସଂଖ୍ୟା ୩୨୦। ସେହିଭଳି ମୋଟ ବୁଥ୍‌ ସଂଖ୍ୟା ୨୭୩ ଥିବାବେଳେ ସେଥିରେ ୭୫ଟି ଅତି ସମ୍ବେଦନଶୀଳ ବୁଥ୍‌ ରହିଛି। ଉପନିର୍ବାଚନ ପାଇଁ ପ୍ରତି ବୁଥ୍‌ରେ ୧୦୦୦ ଜଣ ଭୋଟର ଭୋଟ ଦେବେ। ସେଥିପାଇଁ ଅଧିକ ବୁଥ୍‌ ମଧ୍ୟ କରାଯାଇଛି। ଏନେଇ ନିର୍ବାଚନ କମିଶନ ଅନୁମତି ମଧ୍ୟ ଦେଇ ସାରିଛନ୍ତି।

Comments are closed.