Odisha Link
Bridging the Missing Links in Odisha

ବିଜୁ ସେତୁ କାମ ବେଳେ ଅଟଘଣ

ବାରିପଦା: ପୁଣି ବିଜୁ ସେତୁ କାମ ବେଳେ ଅଟଘଣ। ଏହି ଅଘଟଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ବାରିପଦା-ବଡ଼ସାହି ରାସ୍ତାର ଓରାନାଳ ସେତୁ କାମ ବେଳେ ଏହି ଅଘଟଣ ଘଟିଛି। ମୃତକ ହେଉଛନ୍ତି ରସଗୋବିନ୍ଦପୁର ଥାନା ସାରମୂଳା ପଞ୍ଚାୟତ ଧାନଶୋଳ ଗ୍ରାମର କାର୍ତ୍ତିକ ସିଂଙ୍କ ପୁଅ ଦୀପକ(୨୨)।

ସୂଚନା ମୁତାବକ, ସେତୁ ପିଲର ପାଇଁ ଖୋଲାଯାଉଥିବା ଖାତରେ ଦୀପକ ଖସି ପଡ଼ିଥିଲେ। ଗଭୀର ପାଣି ଖାତରେ ଖସି ପଡ଼ିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ଏହି ଅଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ଲୋକେ କ୍ଷତିପୂରଣ ଦାବିରେ ଶବ ରଖି ଧାରଣା ଦେଇଥିବା ଜଣାଯାଇଛି। ଉତ୍ତ୍ୟକ୍ତ ଲୋକେ ସମ୍ପୃକ୍ତ ଠିକା ସଂସ୍ଥାର ମ୍ୟାନେଜରଙ୍କୁ ଆକ୍ରମଣ କରିବାକୁ ସେ ଗୁରୁତର ହୋଇପଡ଼ିଛନ୍ତି। ଏନେଇ ଖବର ପାଇ ପୁଲିସ ଘଟଣାସ୍ଥଳରେର ପହଞ୍ଚି ତଦନ୍ତ କରିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି। ଫଳରେ ରାସ୍ତା ଅବରୋଧ ହଟିଛି। ଗୁରୁତର ମ୍ୟାନେଜରଙ୍କୁ ବାରିପଦା ମେଡିକାଲ ପଠାଇଥିବା ଜଣାଯାଇଛି।

Comments are closed.