Odisha Link
Bridging the Missing Links in Odisha

ଜଳିଗଲା ଯାତ୍ରୀବାହୀ ବସ୍‌, ୫୩ ମୃତ

ନୂଆଦିଲ୍ଲୀ: ଜଳିଗଲା ଯାତ୍ରୀବାହୀ ବସ୍‌। ଏକ ଗ୍ୟାସ ବୋଝେଇ ଟ୍ରକ ସହ ଧକ୍କା ଦେବା କାରଣରୁ ଯାତ୍ରୀବାହୀ ବସରେ ନିଆଁ ଲାଗିଯାଇଛି। ଫଳରେ ୫୩ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୯ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଆଫ୍ରିକାର କେମ୍ରୁନର ପଶ୍ଚିମ ସହର ଡଚାଙ୍ଗରେ ଏହି ଦୁର୍ଘଟଣା ଘଟିଛି। ଆଜି ଭୋର ୩ଟା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ତେବେ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି।

ସୂଚନା ମୁତାବକ, ୭୦ ସିଟ ବିଶିଷ୍ଟ ଏକ ଯାତ୍ରୀବାହୀ ବସଟି ପଶ୍ଚିମ ସହର ଫୋମ୍ବାନରୁ ରାଜଧାନୀ ୟୋଣ୍ଡାକୁ ଆସୁଥିଲା। ଏହି ସମୟରେ ସାମ୍ନା ପଟରୁ ଆସୁଥିବା ଏକ ଗ୍ୟାସ ବୋଝେଇ ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ବସ୍‌ଟି ଘଟଣାସ୍ଥଳରେ ଓଲଟି ପଡିଥିଲା। ପରେ ବସ୍‌ରେ ନିଆଁ ଲାଗିଯାଇଥିଲା। ଫଳରେ ବସ୍‌ରେ ଥିବା ଯାତ୍ରୀ ଚାପି ହୋଇଥିବା ବେଳେ ଆଉ କିଛି ନିଆଁ ପୋଡି ହୋଇ ପ୍ରାଣ ହରାଇଛନ୍ତି।

ଦୁର୍ଘଟଣା ଖବର ପାଇ ସ୍ଥାନୀୟ ଲୋକେ ଓ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ଉଦ୍ଧାର ପରେ ଦୁର୍ଘଟଣାରେ ମୋଟ ୫୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୯ଜଣ ଗୁରୁତର ଆହତ ହୋଇଥିବା ସ୍ଥାନୀୟ ପୁଲିସ ସୂଚନା ଦେଇଛି। ଖରାପ ରାସ୍ତା ଏବଂ ବେପରୁଆ ଗାଡି ଚାଳକଙ୍କ ପାଇଁ ଏଭଳି ଦୁର୍ଘଟଣା ଘଟିଥିବା ପ୍ରଶାସନ କହିଛି।

Comments are closed.