Odisha Link
Bridging the Missing Links in Odisha

ଫେବୃଆରୀ ମାସ ପାଇଁ ଜାରି ହେଲେ ଗାଇଡଲାଇନ୍

ଭୁବନେଶ୍ୱର: ଫେବୃଆରୀ ମାସ ପାଇଁ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର। ଗାଇଡଲାଇନ୍‌ ଅନୁସାରେ, ବଡ ସମାବେଶ ଉପରେ ରୋକ ଲଗାଯାଇଛି। କିନ୍ତୁ ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମ ପାଇଁ ଉପସ୍ଥିତ ଥିବା ଲୋକଙ୍କ ସଂଖ୍ୟାକୁ ବୃଦ୍ଧି କରାଯାଇଛି।

ଏହି ସବୁ ସ୍ଥାନରେ ପୂର୍ବରୁ ୨୦୦ ଲୋକଙ୍କୁ ଅନୁମତି ଥିବା ବେଳେ ଏହି ସଂଖ୍ୟା ୫୦୦କୁ ବୃଦ୍ଧି କରାଯାଇଛି । ଏହି ସବୁ ସ୍ଥାନରେ କୋଭିଡ଼ ନିୟମ ମାନି ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ରହିଛି । ସେହିପରି ସିନେମା ହଲ ଓ ଥ୍ରୀଏଟରକୁ ପୂର୍ଣ୍ଣ ଅନୁମତି ମିଳିଥିବା ବେଳେ ଯାତ୍ରା ପରିବେଶଣକୁ ମଧ୍ୟ ଗ୍ରୀନ୍‌ ସିଗ୍‌ନାଲ ଦେଇଛନ୍ତି ରାଜ୍ୟ ସରକାର ।

ଅନ୍ୟପଟେ ଫେବୃଆରୀ ପହିଲାରୁ ରାଜ୍ୟର ସମସ୍ତ ଅଙ୍ଗନଓ୍ୱାଡି କେନ୍ଦ୍ର ଖୋଲିବାକୁ ଅନୁମତି ମିଳିଥିବା ବେଳେ ରାଜନୈତିକ କାର୍ଯ୍ୟକ୍ରମରେ ୫୦୦ଲୋକଙ୍କ ଉପସ୍ଥିତ ରହିବାକୁ ଅନୁମତି ମିଳିଛି । ସେହିପରି କଣ୍ଟେନମେଣ୍ଟ ଜୋନ୍‌ରେ ପୂର୍ବ ପରି କଟକଣା ଜାରି ରହିବ।

Comments are closed.