Odisha Link
Bridging the Missing Links in Odisha

ପୁଲିସକୁ ଆକ୍ରମଣ ଘଟଣାରେ ୭ ଜଣ ଗିରଫ

ପାରାଦୀପ: ଗତକାଲି ବିଳମ୍ବିତ ରାତିରେ ପାରାଦୀପ ଲକ୍ ପୁଲିସ ପାରାଦୀପ ଗଡ଼ ଗ୍ରାମର ମଠସାହୀରୁ ୭ ଜଣଙ୍କୁ ଗିରଫ କରିଛି। ପୁଲିସକୁ ଆକ୍ରମଣ ଘଟଣାରେ ସେମାନଙ୍କୁ ଉଠେଇ ନେଇ ଥାନାରେ ପଚରାଉଚରା କରୁଛି ପୁଲିସ ।

ପ୍ରକାଶ ଯେ, ଗତକାଲି ସନ୍ଧ୍ୟାରେ ଅଭୟଚାନ୍ଦପୁର ପୋଲିସ ପାରାଦୀପ ଗଡ଼ ଗାଁର ତ୍ରୀନାଥ ଦଳାଇକୁ ଧରିବା ପାଇଁ ଯାଇଥିବାବେଳେ ଅଭିଯୁକ୍ତ ପଲଟା ଆକ୍ରମଣ କରିଥିଲା।ଆକ୍ରମଣ ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ତ୍ରୀନାଥ ଫେରାର ହୋଇଥିଲା। ତେବେ ଏଥିରେ ୩ ଜଣ ପୋଲିସ କର୍ମଚାରୀମାନେ ଆହତ ଶୋଇଥିବା ବେଳେ ତ୍ରୀନାଥଙ୍କୁ ମଠସାହୀର କିଛି ଲୋକ ସାହାଯ୍ୟ କରିଥିବା ନେଇ ବିଳମ୍ବିତ ରାତିରେ ୭ ଜଣଙ୍କୁ ପୋଲିସ ଉଠାଇନେଇଥିବା ଜଣାପଡିଛି।

Comments are closed.