Odisha Link
Bridging the Missing Links in Odisha

ଶୀତରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ୬ଟି ଜିଲ୍ଲା

ଭୁବନେଶ୍ବର: ଶୀତର ଚାଦରରେ ଆବରଣ ହୋଇ ରହିଛି ଓଡ଼ିଶା। ରାଜ୍ୟର ୬ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ଥିବାର ସୂଚନା ମିଳିଛି। ପ୍ରକାଶ ଯେ, କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଠାରେ ସର୍ବନିମ୍ନ ତାପମାତ୍ରା ୩.୨ ଡିଗ୍ରୀ, ଫୁଲବାଣୀରେ ୫.୫ ଡିଗ୍ରୀ ଏବଂ ଦାରିଙ୍ଗବାଡ଼ି ଠାରେ ରାତ୍ରି-ତାପମାତ୍ରା ୬.୫ ଡିଗ୍ରି ରେକର୍ଡ କରାଯାଇଛି।

ଅପରପକ୍ଷରେ କୋରାପୁଟରେ ରାତ୍ରି ତାପମାତ୍ର ୯.୫ ଡିଗ୍ରୀ, ବଲାଙ୍ଗୀରରେ ୯.୮ ଡିଗ୍ରୀ, ଏବଂ ଭବାନୀପାଟଣାରେ ୯.୮ ଡିଗ୍ରୀ ଥିବା ଜଣାଯାଇଛି। ତେବେ ଭୁବନେଶ୍ୱରରେ ଏହା ୧୩.୦ ଏବଂ କଟକରେ ୧୨.୬ ଡିଗ୍ରୀ ରେକର୍ଡ କରାଯାଇଛି।

Comments are closed.