Odisha Link
Bridging the Missing Links in Odisha

ଏ ବର୍ଷ ହେବନି ଖଣ୍ଡଗିରି ମେଳା

ଭୁବନେଶ୍ବର: ମହାମାରୀ କରୋନା ଯୋଗୁଁ ଏବର୍ଷ ହେବନି ଖଣ୍ଡଗିରି ମେଳା। କେବଳ ପରମ୍ପରା ଅନୁଯାୟୀ ପୂଜାବିଦ୍ଧିକୁ ବିଏମଏସି ପକ୍ଷରୁ ଅନୁମତି ମିଳିଛି। କୋଭିଡ୍ ଗାଇଡ୍‌ ଲାଇନ୍ ମୁତାବକ ପରମ୍ପରା ପାଳନ ହେବ ବୋଲି କୁହାଯାଇଛି। ଫଳରେ ଏଥର ଖଣ୍ଡଗିରିରେ ନା ପେଣ୍ଡାଲ କମ୍ପିବ ନା ଦର୍ଶକଙ୍କ କରତାଳି ଏବଂ କୋଳାହଳରେ ଫାଟି ପଡିବ ମେଳା ପଡିଆ।

ବିଏମସି ଅନୁଯାୟୀ, ଚଳିତ ବର୍ଷ କୌଣସି ଯାତ୍ରା ପେଣ୍ଡାଲ ବା ମେଳା ପାଇଁ ଷ୍ଟଲ୍ ପଡିବ ନାହିଁ। ମେଳା ସଂପର୍କରେ ବିଏମସି ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶ ଜାରି ହୋଇଛି। ମେଳାକୁ ଅନୁମତି ଦିଆଯିବ କି ନାହିଁ ଏ ନେଇ ଗତକାଲି ବିଏମସିର ବୈଠକ ବସିଥିଲା। ମେଳା ଆୟୋଜନ ହେଉଥିବା ସ୍ଥାନରେ ଜାତୀୟ ରାଜପଥ କାର୍ଯ୍ୟ ଚାଲିଥିବାରୁ ଦୈନିକ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହେବା ନେଇ ଆକଳନ କରାଯାଇଥିଲା। ତେଣୁ ଉକ୍ତ ସ୍ଥାନରେ କୋଭିଡ କଟକଣା ମଧ୍ୟରେ ଯାତ୍ରା ପାଇଁ ଅନୁମତି ଦେବା ଅସମ୍ଭବ ବୋଲି ଗତକାଲି ବୈଠକରୁ ସୂଚନା ମିଳିଥିଲା।

୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଯାତ୍ରା କରିବାକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଗୋଟିଏ ସ୍ଥାନରେ ନକରି ଦୁଇ ବା ତିନୋଟି ସ୍ଥାନରେ ପୃଥକ ପୃଥକ ଆୟୋଜନ ପାଇଁ ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା। ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ଏ ବାବଦରେ ଆଲୋଚନା କରି ଉଭୟଙ୍କ ପରାମର୍ଶ ନିଆଯାଇଥିଲା।

ହେଲେ ମଙ୍ଗଳବାର ଖଣ୍ଡମେଳା ଚଳିତ ବର୍ଷ ହେବ ନାହିଁ ବୋଲି ବିଏମସି ପକ୍ଷରୁ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି। କରୋନାର ସଫଳ ମୁକାବିଲାରେ ରାଜଧାନିବାସୀଙ୍କ ସହଯୋଗ ମିଳିଛି।ତେଣୁ ଏଣୁ ସବୁ ଦିଗକୁ ଦୃଷ୍ଟିରେ ରଖି ଖଣ୍ଡଗିରି ମେଳା ଚଳିତ ବର୍ଷ ହେବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି।

Comments are closed.