Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର

ବଲାଙ୍ଗୀର : ବଲାଙ୍ଗର ବନ ବିଭାଗରେ ଡେପୁଟି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଏକକାଳୀନ ୫ଟି ସ୍ଥାନରେ ରେଡ୍‌ ଜାରି ରହିଛି। ପ୍ରକାଶ ଯେ , ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡେପୁଟି ରେଞ୍ଜର କେଶବ କିଶୋର ନାୟକଙ୍କ ରେଡ୍‌ କରିଛି ଭିଜିଲାନ୍ସ ।

ଆଜି ଭିଜିଲାନ୍ସ ପକ୍ଷରୁ ୫ଟି ଟିମ୍‌ ଏକା ସାଙ୍ଗେ ଚଢାଉ କରୁଛି । ଡେପୁଟି ରେଞ୍ଜରଙ୍କ ଅଫିସ, ଭଡ଼ା ଘର, ଇନ୍ଦିରା ନଗର ସମେତ ୫ଟି ସ୍ଥାନରେ ରେଡ୍‌ ଜାରି ରଖିଛି ଭିଜିଲାନ୍ସ । ବରଗଡ଼, ସୋନପୁର , ସମ୍ବଲପୁର ଓ ବଲାଙ୍ଗୀର ଟିମ୍‌ର ଏହି ଚଢାଉରେ ସାମିଲ ଅଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧାର କେଶବଙ୍କ ଘରୁ ନଗଦ ଟଙ୍କା ଓ ସୁନା ସହ ବିଭିନ୍ନ ଜରୁରୀ କାଗଜ ପତ୍ର ଜବତ ହୋଇଥିବାର ସୂଚନା ମିଳିଛି ।

Comments are closed.