Odisha Link
Bridging the Missing Links in Odisha

ମାଟି ତଳୁ ମିଳିଲା ୧୦ ଝୁଡ଼ି କଉଡ଼ି

ରଣପୁର: ପୁୁରୁଣା ଘର ଭାଙ୍ଗି ନୂଆ ଘର ନିର୍ମାଣ ପାଇଁ ନିଅଁ ଖୋଳିବା ସମୟରେ ମାଟି ତଳୁ ମିଳିଲା କଉଡ଼ି। ରଣପୁର ତାଳକଣି ପଞ୍ଚାୟତ ନଛିପୁରର ନାରାୟଣ ସାହୁ ତାଙ୍କର ପୁରୁଣା ଘର ଭାଙ୍ଗି ନୂଆ ଘର ନିର୍ମାଣ ପାଇଁ ନିଅଁ ଖୋଳାଉ ଥିଲେ ।

ଏହି ସମୟରେ ଶ୍ରମିକ ମାନେ ମାଟି ଖୋଳିବା ସମୟରେ ୪ ଫୁଟ ତଳେ ୫ ଫୁଟ ଉଚ୍ଚତାର ଏକ ବିଶାଳ ମାଟି ଘମ ବାହାରି ଥିଲା। ଯେଉଁ ଥିରେ କଉଡ଼ି ପୂର୍ଣ୍ଣ ଥିବା ଦେଖିବାକୁ ମିଳିଛି । ପ୍ରାୟ ୧୦ ଝୁଡ଼ି କଉଡ଼ି ଉକ୍ତ ଘମରେ ରହିଛି।

ସମସ୍ତ କଉଡ଼ି ସୁରକ୍ଷିତ ଥିବା ଦେଖିବାକୁ ମିଳିଛି। ପୁରାତନ କାଳରେ ଏହି କଉଡ଼ିକୁ ଅର୍ଥ ରାଶି ଆକାରରେ ବ୍ୟବହାର କରାଯାଇ ଦ୍ରବ୍ୟ କ୍ରୟ ବିକ୍ରୟ ହେଉଥିଲା । ଏହି କୌତୁହଳପୂର୍ଣ୍ଣ ଘଟଣା ଦେଖିବାକୁ ଲୋକ ମାନେ ଭିଡ଼ ଲଗାଇଛନ୍ତି।

Comments are closed.