Odisha Link
Bridging the Missing Links in Odisha

ପେଟ୍ରୋଲ ଦେବାକୁ ମନାକରିବାରୁ ବୋମାମାଡ, କର୍ମଚାରୀ ଆହାତ

ଚଣ୍ଡିଖୋଲ: ପେଟ୍ରୋଲ ଦେବାକୁ ମନା କରିବାରୁ ବୋମା ମାଡ଼ କଲେ ଦୁର୍ବୃତ୍ତ। ଏଥିରେ ପେଟ୍ରୋଲ ପମ୍ପ କର୍ମଚାରୀ ଆହାତ ହୋଇଛନ୍ତି। ଏହି ଘଟଣାଟି ଯାଜପୁର ଜିଲ୍ଲା ବୈରୀଠାରେ ଶୁକ୍ରବାର ରାତି ୧୦ଟା ଘଟିଛି।
ପ୍ରାକସ ଯେ, ପେଟ୍ରୋଲ ପମ୍ପ ବନ୍ଦ ହେବା ସମୟରେ ଦୁଇ ଜଣ ବ୍ୟକ୍ତି ତେଲ ପକାଇବାକୁ ଆସିଥିଲେ। ଏହି ସମୟରେ ପେଟ୍ରୋଲ ପମ୍ପ ବନ୍ଦ ହେଲାଣି ବୋଲି ପେଟ୍ରୋଲ ପମ୍ପ କର୍ମଚାରୀ କହିଥିଲେ । ଫଳରେ ଦୁଇ ଜଣ ଦୁର୍ବୃତ୍ତ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ପେଟ୍ରୋଲ ପମ୍ପ ସମ୍ମୁଖରେ ବୋମା ପକାଇଥିଲେ ।

ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ କାବୁ କରିବା ସହ ସେମାନଙ୍କୁ ଥାନାରେ ଅଟକ ରଖିଛି । ବାଇକକୁ ଜବତ କରିବା ସହ ଅଫୁଟା ବୋମା ମଧ୍ୟ ଜବତ କରିଛି ପୋଲିସ । ଆହତ କର୍ମଚାରୀ ମେଡିକାଲରେ ଚିକିତ୍ସା କରାଇ ଘରକୁ ଫେରିଛନ୍ତି ।

ପେଟ୍ରୋଲ ପମ୍ପ ମ୍ୟାନେଜର ଏ ନେଇ ବୈରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଦୁର୍ବୃତ୍ତମାନେ ପେଟ୍ରୋଲ ନଦେବାରୁ ବୋମା ପକାଇଲେ ନା ଅନ୍ୟ କେଉଁ କାରଣରୁ ବୋମା ପକାଇଲେ ସେ ନେଇ ବୈରୀ ପୁଲିସ ଅଧିକ ତଦନ୍ତ ଚଳାଇଛି ।

Comments are closed.