Odisha Link
Bridging the Missing Links in Odisha

ପୁଣି ବଢ଼ିଲା ଏଲ୍‌ପିଜି ସିଲିଣ୍ଡର ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: ଲଗାତାର ପେଟ୍ରୋଲ ଓ ଡିଜେଲ୍‌ ଦରରେ ଅହେତୁକ ବୃଦ୍ଧି ହେଇଥିବା ବେଳେ ଏଲ୍‌ପିଜି ସିଲିଣ୍ଡର ଦର ବୃଦ୍ଧି ପାଇଛି। ସରକାରୀ ତେଲ କମ୍ପାନୀ ଗତକାଲି ପୁଣି ଏଲ୍‌ପିଜି ଦର ବୃଦ୍ଧି କରିଛନ୍ତି। ୧୪.୨ କିଲୋ ବିଶିଷ୍ଟ ଏଲ୍‌ପିଜି ଦର ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।

ଆଜି ଠାରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ। ଓଡ଼ିଶାରେ ନୂଆ ଦର ୮୦୦ ଟଙ୍କା ଛୁଇଁବ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ଗତ ୪ ତାରିଖରେ ଏଲ୍‌ପିଜି ଦରରେ ୨୫ ଟଙ୍କା ବୃଦ୍ଧି କରାଯାଇଥିଲା।

ଅନ୍ୟପଟେ ଇତିମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଲଗାତାର ଗତ ୬ ଦିନ ହେଲା ବଢ଼ିଚାଲିଛି। ଏହାଦ୍ବାରା ଦେଶର ଅନେକ ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲ ଦର ଶତକ ମୁହାଁ ହୋଇଥିବା ବେଳେ ପୁଣି ଏଲ୍‌ପିଜି ଦର ବୃଦ୍ଧି ପାଇଛି।

Comments are closed.