Odisha Link
Bridging the Missing Links in Odisha

ହାଜତ ଭିତରେ ଆତ୍ମହତ୍ୟା ଉଦ୍ୟମ

ପୁରୀ: ହାଜତରେ ଆତ୍ମହତ୍ୟା ଉଦ୍ୟମ। ହାଜତ ଭିତରେ ନିଜର ହାତ ଓ ବେକ କାଟିଛି ଅଭିଯୁକ୍ତ। ପୁରୀ ତାଳ ବଣିଆ ଥାନାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଭିଯୁକ୍ତକୁ ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଅଭିଯୁକ୍ତର ପରିଚୟ ପୋଲିସ ସ୍ପଷ୍ଟ କରି ନାହିଁ। କେଉଁ କାରଣରୁ ଅଭିଯୁକ୍ତ ଏପରି ନିଜ ହାତ ଓ ବେକ କାଠି ଆତ୍ମହତ୍ୟା ଉଦ୍ୟମ କରିଛି ତାହା ସ୍ପଷ୍ଟ ହୋଇପାରି ନାହିଁ।

ସୂଚନାଯୋଗ୍ୟ, ରବିବାର ରାତିରେ ଏକ ଡକାୟତି ମାମଲାରେ ତାଳବଣିଆ ଥାନା ପୋଲିସ ୫ ଜଣ ଡକାୟତଙ୍କୁ ଗିରଫ କରିଥିଲା। ତେବେ ସେମାନଙ୍କ ମଧ୍ୟ ଜଣେ ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି।  ହାଜତ ଭିତରେ ନିଜ ହାତ ଓ ବେକ କାଟି ଦେଇଥିଲା ଅଭିଯୁକ୍ତ। ଫଳରେ ଅଭିଯୁକ୍ତକୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Comments are closed.