Odisha Link
Bridging the Missing Links in Odisha

ପୁଣି ବଢ଼ିଲା ତେଲ ଦର

ନୂଆଦିଲ୍ଲୀ: ପୁଣି ବଢ଼ିଲା ତେଲ ଦର। ଲଗାତର ଆଜି ଅଷ୍ଟମ ଦିନ ପାଇଁ ତୈଳ ଦର ବୃଦ୍ଧି ହୋଇଛି। ଅନ୍ତର୍ଜାତୀୟ ବଜାରରେ ଅଶୌଧିତ ତୈଳ ଦର ବୃଦ୍ଧି ଯୋଗୁ ଭାରତରେ ପେଟ୍ରୋଲ ଓ ଡିଜେଲ୍‌ ଦର ଲାଗାତାର ବଢ଼ିବାରେ ଲାଗିଛି। ଅନ୍ୟପଟେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ତରଫରୁ ଆଜି ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ ଆଜି ପୁଣି ତୈଳ ଦର ବଢ଼ିଛି।

ଏଲପିଜି ସିଲିଣ୍ଡର ଦର ବୃଦ୍ଧି ପରେ ଗ୍ରାହକଙ୍କୁ ଆଉ ଏକ ଝଟକା ଲାଗିଛି। ଆଜି ସାକଳୁ ପୁଣି ପେଟ୍ରୋଲ ୨୬ ପଇସା ଓ ଡିଜେଲ ଦରରେ ୨୯ ପଇସା ବୃଦ୍ଧି ହୋଇଛି। ଫଳରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୮ଟଙ୍କା୯୯ ପଇସାରେ ପହଁଚିଛି। ସେହିପରି ଡିଜେଲ ଦର ୭୯ଟଙ୍କା ୩୫ ପଇସା ପ୍ରତି ଲିଟର ହୋଇଛି।

ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୨୬ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ୍ ୨୯ ପଇସା ବୃଦ୍ଧି ପାଇଛି। ଫଳରେ ଦିଲ୍ଲୀରେ ବର୍ତ୍ତମାନ ପେଟ୍ରୋଲ ଦର ଲିଟର ପିଛା ୮୮ ଟଙ୍କା ୯୯ ପଇସା ଓ ଡିଜେଲ୍ ଦର ୭୯ ଟଙ୍କା ୩୫ ପଇସାରେ ପହଞ୍ଚିଛି।

ମୁମ୍ବାଇରେ ଲିଟର ପିଛା ପେଟ୍ରୋଲ ଦର ୨୫ ପଇସା ବୃଦ୍ଧି ପାଇ ୯୫ ଟଙ୍କା ୪୬ ପଇସା ହୋଇଥିବା ବେଳେ ଡିଜେଲ ୩୦ ପଇସା ବୃଦ୍ଧି ପାଇ ୮୬ ଟଙ୍କା ୩୪ ପଇସା ହୋଇଛି। କୋଲକାତାରେ ପେଟ୍ରୋଲ ଦର ଲିଟର ପ୍ରତି ୨୪ ପଇସା ବୃଦ୍ଧି ପାଇ ୯୦ ଟଙ୍କା ୨୫ ପଇସା ଓ ଡିଜେଲ ୨୯ ପଇସା ବୃଦ୍ଧି ପାଇ ୮୨ ଟଙ୍କା ୯୪ ପଇସାରେ ପହଞ୍ଚିଛି।

Comments are closed.