ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ମୋହନ ଭାଗବତ-ମିଥୁନଙ୍କ ସାକ୍ଷାତକାର, ରାଜନୈତିକ ମହଲରେ ଚର୍ଚ୍ଚା
ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ ମାସରେ ହୋଇପାରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଏଥିପାଇଁ ପଶ୍ଚିମବଙ୍ଗ ରାଜନୀତି ସରଗରମ। ଏସବୁ ମଧ୍ୟରେ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଆଜି ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଆରଏସଏସର ମୁଖ୍ୟ ମୋହନ ଭାଗବତ ସାକ୍ଷାତ କରିଛନ୍ତି। ଯାହାକୁ ନେଇ ରାଜୈନିତକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।
Maharashtra: RSS chief Mohan Bhagwat meets actor Mithun Chakraborty at the latter's residence in Mumbai. Visuals from outside his residence. pic.twitter.com/U3LIkLG8Tv
— ANI (@ANI) February 16, 2021
ହେଲେ ମୋହନ ଭାଗବତ ଓ ମିଥୁନଙ୍କ ସାକ୍ଷାତକାର ପରେ ମିଥୁନ କହିଛନ୍ତି ଯେ, ଏହି ଭେଟଘାଟ କେବଳ ଏକ ସୌଜନ୍ୟ ମୂଳକ ସାକ୍ଷାତକାର ଥିଲା। ଆମେ ଏକାଠି ଜଳଖିଆ ଖାଇବା ସହ ଅନେକ ବିଷୟରେ କଥା ହେଲୁ। ଆମ ଭିତରେ ଆଧ୍ୟତ୍ମିକ ସମ୍ପର୍କ ରହିଛି ବୋଲି ମିଥୁନ କହିଛନ୍ତି।
Comments are closed.