Odisha Link
Bridging the Missing Links in Odisha

ଯାତ୍ରୀବାହୀ ବସ ଉପରକୁ ଖସିଲା ଲୁହାପଥର ବୋଝେଇ ଟ୍ରକ୍‌

ଆନନ୍ଦପୁର: ଯାତ୍ରୀବାହୀ ବସ ଉପରକୁ ଖସିଲା ଲୁହାପଥର ବୋଝେଇ ଟ୍ରକ୍‌। ଏହି ଅଭାବନୀୟ ଘଟଣାଟି ଆଜି ସକାଳେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଘଟିଛି । ବସରେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ଏହି ଦୁର୍ଘଟଣାରୁ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।

ପ୍ରକାଶ ଯେ, ଆଜି ସକାଳେ ‘ପଦ୍ମାବତୀ’ ନାମକ ବସ୍‌ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ। ଉକ୍ତ ସମୟରେ ବସ୍‌ରେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ବସ୍‌ଟି ଆନନ୍ଦପୁର ଅତିକ୍ରମ କରୁଥିବା ବେଳେ NH-୨୦ର ଶାଳପଡ଼ା ଓଭର ବ୍ରିଜ୍‌ ଉପରେ ଏକ ଲୁହା ପଥର ବୋଝେଇ ଟ୍ରକ୍‌ ଯାଉଥିଲା।

ମାତ୍ର ହଠାତ୍‌ ଟ୍ରକ୍‌ଟି ଭାରସାମ୍ୟ ହରାଇ ବସ୍‌ ଉପରେ ଖସି ପଡ଼ିଥିଲା। ଟ୍ରକ୍ ପଡ଼ି ବସ୍‌ଟି ଖଣ୍ଡବିଖଣ୍ଡ ହୋଇଥିଲେ ବି କୌଣସି ଯାତ୍ରୀଙ୍କର କ୍ଷତି ଘଟିନାହିଁ। ବସ୍‌ରେ ଥିବା ୨ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ସେମାନଙ୍କୁ ଆନନ୍ଦପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଖ‍ବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି।

Comments are closed.