Odisha Link
Bridging the Missing Links in Odisha

ମାଓବାଦୀଙ୍କ ଯୋଜନା ପଣ୍ଡ କଲେ ବିଏସଏଫ

ମାଲକାନଗିରି: ମାଓବାଦୀଙ୍କ ଯୋଜନା ପଣ୍ଡ କଲେ ବିଏସଏଫ। ଚିତ୍ରକୋଣ୍ଡା ସ୍ଵଭିମାନ ଅଞ୍ଚଳର ହାନ୍ତାଳଗୁଡା ନବମ ବାଟାଲିୟନ ବିଏସଏଫ ଯବାନଙ୍କୁ ମିଳିଛି ବଡ ସଫଳତା।

ଗୁଇନ୍ଦା ସୂତ୍ରରୁ ଖବର ପାଇ ବିଏସଏଫ ଯବାନ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। କଦଳିବନ୍ଧା ଗ୍ରାମ ନିକଟ ପାହାଡ ପାଖରେ ମାଓବାଦୀଙ୍କ ଏକ ବ୍ୟାଗ ପଡିଥବାର ଦେଖିଥିଲେ ସର୍ଚ୍ଚ କରିବା ପରେ ସେଥିରୁ ୨ଟି ପ୍ରେସର ବୋମା, ୧ଟି ଟିଫିନ ବୋମା ,କିଛି ପ୍ରେଗନେସି କିଟ,ମେଡ଼ିସିନ,ବେଲ୍ଟ,ଡ୍ରେସ ସାବୁନ ମିଳିଥିଲା।

ସେଠାରେ ବିଏସଏଫର ବୋମା ନିରୋଧକ ସ୍କ୍ୱାର୍ଡ ଆସି ଏହି ବୋମାକୁ ନିଷ୍କ୍ରିୟ କରିଥିଲେ । ଏହି ପ୍ରେସର ବୋମା ବିଏସଏଫ ଯବାନଙ୍କ ଉଦ୍ଦେଶ୍ୟରେ ଲଗାଯାଇଥିବା ସୂଚନା ମିଳିଛି।

Comments are closed.