ପେଟ୍ରୋଲ ଏବଂ ଡିଜେଲ ପରେ ବୃଦ୍ଧି ହେଲା ପିଆଜ ଦର

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିବା ସହ ପିଆଜ ଦର ମଧ୍ୟ ବଢ଼ିବାରେ ଲାଗିଛି ।ଦେଢ଼ ମାସ ମଧ୍ୟରେ ପିଆଜ ଦର ଦ୍ୱିଗୁଣିତ ହୋଇଛି।
କ୍ୱିଣ୍ଟାଲ ପିଛା ୧୦୦୦ ଟଙ୍କା ମହଙ୍ଗା ହୋଇଛି ପିଆଜ। ବଜାରରେ ପିଆଜ କିଲୋଗ୍ରାମ ପିଛା ୫୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଏହାର ଖୁଚୁରା ମୂଲ୍ୟ ୬୫ ରୁ ୭୫ ଛୁଇଁଲାଣି।
ପ୍ରକାଶ ଯେ, କିଛି ଦିନ ପୂର୍ବରୁ ମହାରାଷ୍ଟ୍ରରେ ଅଦିନିଆ ବର୍ଷା ଓ କୁଆପଥର ମାଡ଼ ଯୋଗୁଁ ପିଆଜ ଫସଲରେ ଅନେକ କ୍ଷତି ହୋଇଛି । ଯେଉଁ କାରଣରୁ ହୋଲସେଲ ବଜାରରେ ପିଆଜ ପହଞ୍ଚିବାର ପରିମାଣ କମିଯାଇଛି। ଏହି କାରଣରୁ ବଜାରରେ ପିଆଜର ଦର ବୃଦ୍ଧି ହୋଇଛି ।