Odisha Link
Bridging the Missing Links in Odisha

ସୁନା ଦୋକାନରେ ଗୁଳିମାଡ଼,୨ ଗୁରୁତର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁଳିମାଡ଼ରେ ୨ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତରଙ୍କୁ ବଡ଼ଗାଁ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ପ୍ରକାଶ ଯେ, ବଡ଼ଗାଁ ବସଷ୍ଟାଣ୍ଡ ନିକଟରେ ଥିବା ମଙ୍ଗଳା ଜୁଏଲାରୀ ମାଲିକଙ୍କୁ ଗୁଳିମାଡ଼ କହୋଇଛି । ଦୁର୍ବୃତ୍ତମାନେ ବାଇକରେ ଆସି ଏହି କାଣ୍ଡ ଘଟାଇଛନ୍ତି ।

ଏହି ଘଟଣାରେ ସୁନା ଦୋକାନୀଙ୍କ ପୁଅ ରୋହିତ ବର୍ମାଙ୍କ ଦେହରେ ୨ଟି ଗୁଳି ଓ ବଞ୍ଚାଇବାକୁ ଆସିଥିବା ସରୋଜ ଦାସଙ୍କ ଦେହରେ ଗୋଟିଏ ଗୁଳି ବାଜିଛି ।

ଉଭୟ ସରୋଜ ଓ ରୋହିତଙ୍କୁ ବଡ଼ଗାଁ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରୁ ବନ୍ଧୁକ ଜବତ କରାଯାଇଥିବା ବେଳେ ଗୁଳିମାଡ଼ର ପ୍ରକୃତ କାରଣ ଜଣାପଡ଼ିନାହିଁ ।

Comments are closed.