Odisha Link
Bridging the Missing Links in Odisha

କେରଳ: ବିଜେପିରେ ସାମିଲ ହେଲେ ହାଇକୋର୍ଟର ଦୁଇ ପୂର୍ବତନ ବିଚାରପତି

ଥିରୁଅନନ୍ତପୁରମ୍: ବାଜିଲାଣି ନିର୍ବାଚନୀ ବିଗୁଲ। ଆଉ ମାସକ ପରେ ଅନୁଷ୍ଠିତ ହେବ କେରଳ ବିଧାନସଭା ନିର୍ବାଚନ। ଏହାପୂର୍ବରୁ କେରଳ ହାଇକୋର୍ଟର ପୂର୍ବତନ ବିଚାରପତି ପିଏନ୍‌ ରବିଚନ୍ଦ୍ରନ, ବି ଚିତାମ୍ବେରେଶ ରବିବାର ଦିନ ବିଜେପିରେ ସାମିଲ ହୋଇଛନ୍ତି। ରବିବାର ଦିନ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ଏହି ଦୁଇ ପୂର୍ବତନ ବିଚାରପତି।

ସୂଚନାଯୋଗ୍ୟ, ପୂର୍ବତନ ବିଚାରାପତି ଚିତାମ୍ବେରେଶ ଦିଲ୍ଲୀରେ ଥିବାରୁ କେରଳରେ ବ୍ୟକ୍ତିଗତ ଭାବେ ସାମିଲ ହୋଇ ପାରିନଥିଲେ। ଉତ୍ତର ପ୍ରଦଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଲଭ୍‌ ଜିହାଦ ଆଇନକୁ ମଧ୍ୟ ସମର୍ଥନ କରିଥିଲେ ଏହି ଦୁଇ ପୂର୍ବତନ ଦୁଇ ବିଚାରପତି।

ସୂଚନାଥାଉକି, କେରଳରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ଚଳିତଥର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ। ରାଜ୍ୟରେ ବିଜେପି ନିଜକୁ ସଶକ୍ତ କରିବା ପାଇଁ ଅଣ୍ଟା ଭିଡିଛି। ନିକଟରେ ‘ମେଟ୍ରୋ ମ୍ୟାନ୍’ ଭାବରେ ପରିଚିତ ଶ୍ରୀଧରନ ଫେବୃଆରୀ ୨୫ରେ କେନ୍ଦ୍ରମନ୍ତ୍ରୀ ଆରକେ ସିଂହଙ୍କ ଉପସ୍ଥିତିରେ ବିଜେପିରେ ସାମିଲ୍ ହୋଇଛନ୍ତି।

Comments are closed.