Odisha Link
Bridging the Missing Links in Odisha

ଅଭିଯୁକ୍ତ ବିବନକୁ ଚିହ୍ନିଲେ ଅଞ୍ଜନା

ଭୁବନେଶ୍ୱର: TI ପରେଡ୍‌ରେ ଅଭିଯୁକ୍ତ ବିବନକୁ ଚିହ୍ନିଲେ ଅଞ୍ଜନା। ସେଦିନ ଗାଡ଼ି ଚଳାଇଥିବା ଡ୍ରାଇଭର ମଧ୍ୟ ଚିହ୍ନିଥିବା ସୂଚନା ମିଳିଛି। ତେବେ ଅଞ୍ଜନା ଗଣମାଧ୍ୟମ ପ୍ରତିଧିନିଙ୍କୁ କହିଥିଲେ- ଯାହା ହୋଇଛି ମାଜିଷ୍ଟ୍ରେଟଙ୍କ ସାମ୍ନାରେ ହୋଇଛି। କୋର୍ଟରେ ଜଣାପଡ଼ିବ। TI ପରେଡ୍‌ରେ ୧୨ ଜଣ ଛିଡ଼ା ହୋଇଥିଲେ ବୋଲି ସେ କହିଛନ୍ତି।

JMFC ସୃଜାଲିନ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଝାରପଡ଼ା ଜେଲରେ TI ପରେଡ ହୋଇଥିଲା। ଅଭିଯୁକ୍ତ ବିବନ ବିଶ୍ୱାଳକୁ ଚିହ୍ନିବା ନେଇ TI ପରେଡ ହୋଇଥିଲା।

୧୦ ମିନିଟ୍‌ ଧରି TI ପରେଡ୍‌ ହୋଇଥିଲା। TI ପରେଡ ସରିବା ପରେ ପ୍ରଥମେ ବାହାରକୁ ଆସିଥିଲେ ମାଜିଷ୍ଟ୍ରେଟ୍‌। ତା’ପରେ ଅଞ୍ଜନା ବାହାରକୁ ଆସିଥିଲେ।

Comments are closed.