Odisha Link
Bridging the Missing Links in Odisha

ସମୟର ଆହ୍ୱାନ ସତ୍ୱେ ଶିକ୍ଷକ-ଛାତ୍ରଙ୍କ ସମ୍ପର୍କ ଅତୁଟ ରହିବ

ଭୁବନେଶ୍ୱର: ସୁଯୋଗକୁ ବ୍ୟବହାର କରି ସବୁ ପରିସ୍ଥିତିରୁ ଶିକ୍ଷା ଗ୍ରହଣ କରିବା ଉଚିତ୍। କାରଣ ଅଭିଜ୍ଞତା ମନୁଷ୍ୟର ସବୁଠାରୁ ଶ୍ରେଷ୍ଠ ଶିକ୍ଷକ ବୋଲି କହିଛନ୍ତି ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ତଥା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ।

ଦୀର୍ଘ ସମୟ ଧରି ବୁର୍ଲାସ୍ଥିତ ଭିଏସ୍‌ଏସ୍ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଦାୟିତ୍ୱ ତୁଲାଇଥିବା ପ୍ରଫେସର ସାହୁ କହିଥିଲେ ଯେ, ସେ ସମସ୍ତଙ୍କ ଠାରୁ ଶିଖିବାକୁ ଚେଷ୍ଟା କରିଛନ୍ତି।

“ଯେତେବେଳେ ଡାକ୍ତର ଭାବେ କାର୍ଯ୍ୟ କରିଛି ନର୍ସଙ୍କ ଠାରୁ , ଫାର୍ମାସିଷ୍ଟମାନଙ୍କ ଠାରୁ ଏପରିକି ରୋଗୀମାନଙ୍କ ଠାରୁ ଶିଖିଛି।” ଶିକ୍ଷା ଓ ଅନୁସନ୍ଧାନ ପକ୍ଷରୁ ଶନିବାର ଆୟୋଜିତ ସୋଆ ଫର୍ଟନାଇଟଲି ଏକାଡେମିକ୍ ଲେକ୍‌ଚର ସିରିଜ୍ ଅବସରରେ ଏହା କହିଛନ୍ତି ପ୍ରଫେସର ସାହୁ।

“ଛାତ୍ର-ଶିକ୍ଷକ ସମ୍ପର୍କ-ଏକ ଭଗବତ୍ ପ୍ରଦତ ଉପହାର” ବିଷୟବସ୍ତୁ ଉପରେ ବକ୍ତବ୍ୟ ରଖି ଡଃ ସାହୁ କହିଥିଲେ ଯେ ସମୟାନୁବର୍ତୀତା, ସହାନୁଭୁତି ଏବଂ ନିଃସ୍ୱାର୍ଥପର ମନୋଭାବ ଶିକ୍ଷକ-ଛାତ୍ର ସମ୍ପର୍କକୁ ବୃଦ୍ଧି ପାଇବାରେ ସାହାଯ୍ୟ କରେ।

ବର୍ତମାନର ବଜାର ପରିଚାଳିତ ପୃଥିବୀର ବାତାବରଣରେ ହୁଏତ ଏହି ସମ୍ପର୍କରେ ଭଟ୍ଟା ଆସିଥାଇପାରେ। ମାତ୍ର ଶିକ୍ଷକ-ଛାତ୍ର ମଧ୍ୟରେ ଥିବା ଭଗବତ ସଂପର୍କ ଅତୁଟ ରହିବ।

ଏହି ଅବସରରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଏବଂ ଏନ୍‌ଏସ୍‌ଏସ୍ କାର୍ଯ୍ୟକ୍ରମ ସଂଯୋଜ ଡଃ ନଚିକେତା କେ. ଶର୍ମା ବକ୍ତବ୍ୟ ରଖିଥିଲେ ।

Comments are closed.