Odisha Link
Bridging the Missing Links in Odisha

ସିବିଆଇ ଆଗରେ ସିନ୍ ରିକ୍ରିଏସନ୍ କଲା ଅଭିଯୁକ୍ତ ବିବନ୍

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମର ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳ ସିବିଆଇ ଆଗରେ ସମସ୍ତ ଘଟଣା ବଖାଣିଛି। ଅଭିଯୁକ୍ତ ସିବିଆଇ ଆଗରେ ରିକ୍ରିଏସନ୍ କରିଛି। ତେବେ ବିବନକୁ ବାରଙ୍ଗ ଥାନାରେ ରଖାଯାଇଥିବା ବେଳେ ଏହି ପ୍ରକ୍ରିୟା ୪୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା ବୋଲି ସୂଚନା ମିଳିଛି।

ବିବନ ଓ ତା’ର ସହଯୋଗୀମାନେ ଅଞ୍ଜନାଙ୍କୁ କୋଉଠୁ ନେଲେ, କେଉଁ ସ୍ଥାନରେ ଗଣଦୁଷ୍କର୍ମ କରିଥିଲେ, କେମିତି ଫେରାର ହୋଇଯାଇଥିଲେ ଆଦି ସମ୍ପର୍କରେ ସୂଚନା ଦେଇଥିଲା । ଅପରାଧ ଘଟାଇବା ପରେ ବିବନ ୩ ଦିନ ଧରି ବାରଙ୍ଗ ଅଂଚଳରେ ବୁଲିଥିଲା ।

ପରେ ସେ ଟ୍ରେନ ଯୋଗେ ମଧ୍ୟପ୍ରଦେଶ ପଳାଇଥିଲା। ସେଠାରେ କିଛି ବର୍ଷ ରହିବା ପରେ ମହାରାଷ୍ଟ୍ର ଚାଲି ଯାଇଥିଲା । ତେବେ ଗତ ୫ ବର୍ଷ ଧରି ସେ ପରିବାର ସହ ନିୟମିତ ଯୋଗାଯୋଗରେ ରହିଥିଲା ।

ପ୍ରକାଶ ଯେ, ୨୨ ବର୍ଷ ପରେ କମିଶନରେଟ ପୁଲିସ ଲୋନାୱାଲା ରାସ୍ତାର ଆମ୍ବିଭ୍ୟାଲିରୁ ବିବନ ଗିରଫ କରିଥିଲା । କୋର୍ଟରେ ହାଜର କରିବା ପରେ ତାକୁ ଜେଲକୁ ପଠାଇ ଦିଆଯାଇଥିଲା । ପରେ ଝାରପଡ଼ା ଜେଲରେ ତା’ର ଟିଆଇ ପରେଡ଼ କରାଯାଇଥିବାବେଳେ ଅଞ୍ଜନା ଓ ତାଙ୍କ ଡ୍ରାଇଭର ନୀଳକଣ୍ଠ ରାଉତ ତାକୁ ଚିହ୍ନଟ କରିଥିଲେ ।

Comments are closed.