କଟକ ଫ୍ୟାମିଲି କୋର୍ଟରେ ହେବ ବର୍ଷା ଓ ଅନୁଭବଙ୍କ ଶୁଣାଣି

ଭୁବନେଶ୍ୱର: ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଶୁଣାଣି କଟକ ଫ୍ୟାମିଲି କୋର୍ଟକୁ ମାମଲା ସ୍ଥାନାନ୍ତରିତ ହୋଇଛି। ସେମାନଙ୍କ ମାମଲାର ଶୁଣାଣି ପଟିଆଲା ହାଉସ୍ କୋର୍ଟ ପରିବର୍ତ୍ତେ କଟକରେ ମାମଲାର ଶୁଣାଣି ହେବ।
ଅନୁଭବଙ୍କ ଓକିଲ ନିଜର ପ୍ରତିକିୟା ପ୍ରକାଶ କରିଛନ୍ତି ଯେ, ‘ମାମଲା ସ୍ଥାନାନ୍ତର ପାଇଁ ପିଟିସନକୁ ଆମେ ବିରୋଧ କରିନଥିଲୁ। ଯଥାଶିଘ୍ର ମାମଲାର ଶୁଣାଣି ପାଇଁ କୋର୍ଟଙ୍କୁ ଅନୁରୋଧ କରାଯାଇଥିଲା । ପରବର୍ତ୍ତୀ ତାରିଖରେ କଟକ ଫ୍ୟାମିଲି କୋର୍ଟରେ ମାମଲାର ଶୁଣାଣି ହେବ ।’ ତେବେ ମାମଲାର ତ୍ୱରିତ ବିଚାର ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।
ପ୍ରକାଶ ଯେ, ପାରିବାରିକ ବିବାଦ କାରଣରୁ ଅନୁଭବ ମହାନ୍ତିଙ୍କର ରାଜନୈତିକ କ୍ୟାରିୟର ବି ପ୍ରଭାବିତ ହୋଇଛି । ସମ୍ପ୍ରତି ସେ ଦଳରୁ କୋଣଠେସା ହୋଇପଡ଼ିଛନ୍ତି । ଦଳର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ଆଗଭଳି ତାଙ୍କୁ ଆଉ ଡକା ଯାଉନାହିଁ ।
Comments are closed.