Odisha Link
Bridging the Missing Links in Odisha

ଚଳନ୍ତା ବସରେ ଲାଗିଲା ନିଆଁ

ଆନନ୍ଦପୁର: ଭଦ୍ରକରୁ ଖିଞ୍ଚି ଯାଉଥିବା ‘ଶ୍ରୀ ଲକ୍ଷ୍ମୀ’ ନାମକ ବସରେ ଲାଗିଲା ନିଆଁ। ଏମିତି ଏକ ଘଟଣା ଘଟିଛି ହାଟଡ଼ିହି ତହସିଲ ଛକ ନିକଟରେ। ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗିବା ଫଳରେ ପ୍ରବଳ ଧୂଆଁରେ ବସଟି ପରିପୂର୍ଣ୍ଣ ହୋଇ ଯାଇଥିଲା।

ପରେ ବସ୍ ଡ୍ରାଇଭର ଗାଡ଼ି ଅଟକାଇ ସମସ୍ତ ଯାତ୍ରୀଙ୍କୁ ବାହାରକୁ ବାହାର କରି ଦେଇଥିଲେ। ସରେ ୩୦ରୁ ଅଧିକ ଯାତ୍ରୀ ଥିବା ବେଳେ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କୌଣସି କାରଣରୁ ବସ୍ ବ୍ୟାଟେରିରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ବସରେ ନିଆଁ ଲାଗିବା ପରେ ଉକ୍ତ ଅଞ୍ଚଳ ଧୂଆଁମୟ ହୋଇ ଯାଇଥିଲା। ସ୍ଥାନୀୟ ଲୋକଙ୍କ ସହଯୋଗରେ ବସରେ ନିଆଁ ଆୟତ୍ତ ହୋଇଛି।

Comments are closed.