Odisha Link
Bridging the Missing Links in Odisha

ରାଜ୍ୟରେ ବୃଦ୍ଧି ପାଇବ ତାପମାତ୍ର

ଭୁବନେଶ୍ବର : ରାଜ୍ୟରେ ଆହୁରି ବଢିବ ଖରା। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ରୁ ୪ ଡିଗ୍ରି ବଢ଼ିବ। ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ।

ପରବର୍ତୀ ୪ରୁ ୫ ଦିନ ପର୍ଯ୍ୟନ୍ତ ପାଗରେ ସେଭଳି ପରିବର୍ତନ ଆସିବ ନାହିଁ। ତେବେ ୨୪ ତାରିଖଠାରୁ ଦିନର ତାପମାତ୍ରା ବଢ଼ିବା ସହ କେତେକ ସ୍ଥାନରେ ୪୦ ଡିଗ୍ରି ଟପିବାର ସମ୍ଭାବନା ଥିବା ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆଗକୁ ରାଜ୍ୟର ତାପମାତ୍ରା ବଢ଼ିବ। ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳ ଜିଲ୍ଲାରେ ୨୩ ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗରୀୟ ପବନ ଯୋଗୁଁ ସର୍ବାଧିକ ତାପମାତ୍ର ବିଶେଷ ବଢ଼ିବ ନାହିଁ। ମଙ୍ଗଳବାର ଓ ଶୁକ୍ରବାର ସାମୟିକ ଭାବେ ଗୋଟିଏ ଡିଗ୍ରି ବୃଦ୍ଧି ପାଇବ।

ତେବେ ୨୪ ତାରିଖରେ ୪୦ ଡିଗ୍ରି ଛୁଇଁପାରେ। ଦକ୍ଷିଣ-ପଶ୍ଚିମ ଆଭ୍ୟନ୍ତରୀଣ ଓଡ଼ିଶା ଯଥା ମାଲକାନଗିରିରୁ ସୋନପୁର, କେନ୍ଦ୍ରୀୟ ଓଡ଼ିଶା ଯଥା ଢେଙ୍କାନାଳ, ଅନୁଗୁଳ ଓ ବୌଦ୍ଧରେ ଆସନ୍ତା ୩ ଦିନ ଭିତରେ ପ୍ରାୟ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ।

ସେହିପରି ଉତ୍ତର ଉପକୂଳ ଓ ସଂଲଗ୍ନ ମୟୂରଭଞ୍ଜ, ଝାରସୁଗୁଡ଼ା, ସୁନ୍ଦରଗଡ଼ରେ ଆସନ୍ତା ୪ ଦିନ ଭିତରେ ତାପମାତ୍ରା ୨ରୁ ୩ ଡିଗ୍ରି ବଢ଼ିପାରେ। ୧୯ରୁ ୨୪ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ। ୧୯ ଓ ୨୦ ତାରିଖରେ ଅଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ସମ୍ଭାବନା ଅଧିକ ରହିଛି।

Comments are closed.