Odisha Link
Bridging the Missing Links in Odisha

ଦୋଳ ପାଇଁ କଟକଣା ଜାରି କଲା ବିଏମସି

ଭୁବନେଶ୍ୱର: ପୁଣି ଚିନ୍ତା ବଢ଼ାଇଲାଣି କରୋନା କାୟା। ରାଜ୍ୟରେ ଏବେ ଉପରମୁହାଁ ରହୁଛି କରୋନା ଗ୍ରାଫ୍। କରୋନା ସଂକ୍ରମଣକୁ ଦୃଷ୍ଟିରେ ଦୋଳ ପାଇଁ କଟକଣା ଜାରି କରିଛି ବିଏମସି। ଦୋଳ ଓ ହୋଲି ପାଇଁ ପୂର୍ବରୁ ବିଏମସି ପକ୍ଷରୁକରାଯାଇଥିବା କଟକଣାକୁ ଆହୁରି କଡ଼ାକଡ଼ି କରାଯାଇଛି।

ବିଏମ୍‌ସି ଗାଇଡଲାଇଡ଼ ମୁତାବକ,

୧- ଦୋଳ ବିମାନ ଯାତ୍ରାରେ ସର୍ବାଧିକ ୬ ଜଣଙ୍କୁ ଅନୁମତି ଦିଆଯିବ।
୨- ଦୋଳ ବିମାନ ନେଲାବେଳେ ଶୋଭାଯାତ୍ରା, ସାଉଣ୍ଡ ସିଷ୍ଟମ ମନା।
୩- ବିମାନ କାନ୍ଧେଇଥିବା ବ୍ୟକ୍ତି ଠିକଭାବେ ମାସ୍କ ପିନ୍ଧିବା ଜରୁରୀ।
୪- ଦୋଳ ମେଳଣରେ ସର୍ବାଧିକ ୫୦/୬୦ ଲୋକ ରହିପାରିବେ।
୫- ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧି ୬୦ ଲୋକ ରହିପାରିବେ।
୬- ସର୍ବାଧିକ ଯେମିତି ୬୦ ଲୋକ ରହିବେ, ଆୟୋଜକ ତାହା ନିଶ୍ଚିତ କରିବେ।
୭- ମେଳଣରେ ଯାତ୍ରା, ମେଲୋଡ଼ି ଓ ମୀନାବଜାର ସମ୍ପୂର୍ଣ୍ଣ ବାରଣ କରାଯାଇଛି।

Comments are closed.