Odisha Link
Bridging the Missing Links in Odisha

କରୋନା କାୟା: ନୂଆପଡାରୁ ୩୩ ପଜିଟିଭ ଚିହ୍ନଟ

ନୂଆପଡା: ପୁଣି ଡରାଇଲାଣି କରୋନା। ଚିନ୍ତା ବଢାଉଛି ଭାଇରସର ନୂଆ ଷ୍ଟ୍ରେନ୍। ଦିନକୁ ଦିନ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଯାହା ପୁଣି ଥରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କଲାଣି। ରାଜ୍ୟରେ କରୋନା ଗ୍ରାଫ୍‌ ଉପର ମୁହାଁ ହେଉଥିବା ବେଳେ ନୂଆପଡା ଜିଲ୍ଲାରୁ ୩୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ନୂଆପଡା ଜିଲ୍ଲାର ସିନାପାଲି ବ୍ଲକର ବ୍ରାହ୍ମଣପଡାରେ ସର୍ବାଧିକ ୨୯ ଜଣ ଚିହ୍ନଟ ପରେ ପ୍ରଶାସନ ଅଧିକାରୀ ତପ୍ତରତା ପ୍ରକାଶ କରିଛନ୍ତି। ସଂକ୍ରମିତଙ୍କୁ ହୋମ କୋରେଣ୍ଟଇନରେ ରଖିବା ସହ ସେହି ସ୍ଥାନରେ ପୋଲିସ ମୃତୟନ ହୋଇଛନ୍ତି ।

ସୂଚନା ମୁତାବକ, ଗୁରୁବାର ବ୍ରାହ୍ମଣପଡାର ସମସ୍ତଙ୍କ ସ୍ବାବ ସଂଗ୍ରହ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସିନାପାଲି ଛତିଶଗଡ଼ ସୀମାକୁ ଲାଗି ରହିଥିବା ବେଳେ ନିକଟରେ କିଛି ଲୋକ ଛତିଶଗଡ଼ରୁ ଫେରି ସଂକ୍ରମିତ ଚିହ୍ନଟ ହୋଇଥିଲେ। ୫୬ ଜଣଙ୍କର ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା ପରେ ସର୍ବାଧିକ ୩୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି।

Comments are closed.