Odisha Link
Bridging the Missing Links in Odisha

ଇଣ୍ଡିକା ଧକ୍କାରେ ଚାଲିଗଲା ବାଇକ ଆରୋହୀଙ୍କ ଜୀବନ

ଢେଙ୍କାନାଳ: ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ମୃତ। ଇଣ୍ଡିକା ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାଟି ଢେଙ୍କାନାଳ କପିଳାଶ ରାସ୍ତା ଭାଗବାନପୁର ନିକଟରେ ଘଟିଛି। ମୃତକ ଜଣଙ୍କ ହେଲେ ଦୁଧୁକାଟେଣି ଗାଁର ପ୍ରଦ୍ୟୁମ୍ନ ବାରିକ ବୋଲ ଜଣାପଡିଛି ।

ପ୍ରକାଶ ଯେ, ପ୍ରଦ୍ୟୁମ୍ନ ଭୁବନେଶ୍ୱରରେ କାମ କରୁଥିବା ବେଳେ ଶ୍ରମିକ ଆଣିବା ପାଇଁ ସ୍ଥାନୀୟ ଟାଇଁଶ ଗାଁକୁ ଯାଉଥିଲେ । କିନ୍ତୁ ଢେଙ୍କାନାଳ କପିଳାଶ ରାସ୍ତା ଭାଗବାନପୁର ନିକଟରେ ଏକ ଆସି ପ୍ରଦ୍ୟୁମ୍ନଙ୍କ ବାଇକକୁ ଧକ୍କା ଦେଇଥିଲା ।

ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଘଟଣାସ୍ଥଳରୁ ଇଣ୍ଡିକା କାର୍‌ ଡ୍ରାଇଭର ଗାଡି ଛାଡି ଫେରାର ହୋଇଯାଇଛି। ଟାଉନ୍‌ ଥାନା ପୁଲିସ ପହଞ୍ଚି ଘଟଣାସ୍ଥଳରୁ ମୃତଦେହ ଜବତ କରିବା ସହ ଦୁର୍ଘଟଣା ଘଟାଇଥିବା କାର୍‌କୁ ଜବତ କରିଛି ।

Comments are closed.