Odisha Link
Bridging the Missing Links in Odisha

ପିପିଲି: ବାଇକ୍ ଆରୋହୀଙ୍କଠୁ ୫୦ ଲକ୍ଷ ଟଙ୍କା ଜବତ

ପିପିଲି: ପିପିଲି ଉପନର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲୁଥିବା ବେଳେ ଆଜି  ୨ ବାଇକ୍ ଆରୋହୀଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଜବତ କରାଯାଇଛି। ପିପିଲି ତରାକାଜ ଛକରୁ ୫୦ ଲକ୍ଷ ଟଙ୍କା ଜବତ କରିଛି ପୁଲିସ। ପଲସରରେ ଯାଉଥିବା ୨ ବାଇକ୍ ଆରୋହୀଙ୍କ ଠାରୁ ଏହି ଟଙ୍କା ଜବତ କରାଯାଇଛି।

ସୂଚନା ଅନୁଯାୟୀ, ପୁଲିସ ପିପିଲି ଟୋଲଗେଟ୍‌ ନିକଟରେ ରୁଟିନ ଚେକିଂ କରେ। ତେବେ ଆଜି ଦୁଇ ଜଣ ଯୁବକ ଏକ ପଲସରରେ ଆସୁଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ି ଖସିଯିବାକୁ ଉଦ୍ୟମ କରିଥିଲେ।ପୁଲିସ ଉଭୟଙ୍କୁ ଗୋଡ଼ାଇ ଗୋଡ଼ାଇ ତରାକାଜ ଛକ ନିକଟରେ  ଧରିଥିଲା।

ସମ୍ପୃକ୍ତ ୨ ଜଣ ଦୁଇ ଯୁବକ ବଳଙ୍ଗା ଅଞ୍ଚଳର ହୋଇଥିବା ପୁଲିସ ସୂଚନା ଦେଇଛି। ତେବେ ଟଙ୍କା କେଉଁଠୁ ଆସିଥିଲା, କୁଆଡ଼େ ଯାଉଥିଲା ତାହା ସ୍ପଷ୍ଟ ହୋଇନି। ସମ୍ପୃକ୍ତ ୨ ଯୁବକଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଛି।

Leave A Reply

Your email address will not be published.