Odisha Link
Bridging the Missing Links in Odisha

କରୋନା: ରେଳଯାତ୍ରୀଙ୍କ ପାଇଁ ଲାଗିଲା କଟକଣା

ନୂଆଦିଲ୍ଲୀ: ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣାକୁ କଡ଼ାକଡ଼ି କରିଛି ରେଳ ବିଭାଗ। ରେଳରେ ଯାତ୍ରା କରିବା ସମୟରେ କିମ୍ବା ପ୍ଲାଟଫର୍ମ ଭିତରକୁ ବିନା ମାସ୍କରେ ଗଲେ ତେବେ ଆପଣଙ୍କୁ ୫ ଶହ ଟଙ୍କା ଜରିମାନା ଦେବାକୁ ହେବ।

ସେପଟେ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ରେଳ ଚଳାଚଳକୁ ନେଇ ରେଳ ବିଭାଗ ତାର ବୟାନ ଜାରି କରିଥିଲା। ରେଳବୋର୍ଡର ଅଧ୍ୟକ୍ଷ ସୁନୀତ ଶର୍ମା କହିଥିଲେ କି, ଏପର୍ଯ୍ୟନ୍ତ କୌଣସି ରାଜ୍ୟକୁ ରେଳସେବା ବନ୍ଦ କରିବା ନେଇ କିଛି ଯୋଜନା ହୋଇନାହିଁ।

ଅନ୍ୟପଟେ ଯେଉଁ ରାଜ୍ୟ ସରକାର ଚାହିଁବେ ଯେ କୌଣସି ଷ୍ଟେସନରେ ଯାତ୍ରୀ ମାନଙ୍କର କୋଭିଡ୍ ଟେଷ୍ଟ କରିପାରିବେ ବୋଲି ସେ କହିଥିଲେ। ରେଳ ବିଭାଗର ଅତି ଲୋକପ୍ରିୟ ଟ୍ରେନକୁ ୨୮ କ୍ଲୋନ ଟ୍ରେନ ଓ ୯୪୭ ଟି ଯାତ୍ରୀବାହି ଟ୍ରେନ ର ଚଳାଚଳ କରାଉଛି।

Leave A Reply

Your email address will not be published.