Odisha Link
Bridging the Missing Links in Odisha

ନାଇଟ କର୍ଫ୍ୟୁ ଓ ୧୪୪ ବେଳେ କେଉଁମାନଙ୍କୁ ମିିଳିବ ଅନୁମତି, ଜାଣନ୍ତୁ…

ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠୁ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ନାଇଟ କର୍ଫ୍ୟୁ ସମୟରେ କଟକ ଓ ଭୁବନେଶ୍ୱରରେ ୧୪୪ ଜାରି କରାଯାଇଛି। ରାତି ୯ଟାରୁ ସକାଳ ୫ଟା ଯାଏ ୧୪୪ ଧାରା ଜାରି କରାଯାଇଛି। ୧୪୪ ଧାରା ଜାରି ନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

୧୪୪ ଧାରା ଲାଗୁ ହୋଇଥିବାରୁ ବାହାରେ ବୁଲିବାକୁ କଡ଼ା ବାରଣ କରାଯାଇଛି। ଅତ୍ୟାବଶ୍ୟକ ସେବା ଯୋଗାଣକାରୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ବାହାରକୁ ବାହାରିବା ପାଇଁ ମନା କରାଯାଇଛି। ଏହାର ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

ନାଇଟ କର୍ଫ୍ୟୁ ଓ ୧୪୪ ନେଇ ଭୁବନେଶ୍ୱର ଡିସିପି କହିଛନ୍ତି ଯେ, ନାଇଟ କର୍ଫୁ୍ୟକୁ କଡ଼ାକଡ଼ି ଲାଗୁ କରାଯିବ। ବ୍ୟାପକ ପୁଲିସ ମୁତୟନ ହେବେ। କେବଳ ଅତ୍ୟାବଶ୍ୟକ ସେବା କର୍ମଚାରୀଙ୍କୁ ଯାଆସ ପାଇଁ ଅନୁମତି ମିଳିବ।

ରାତ୍ରିକାଳୀନ କର୍ଫୁ୍ୟ ବେଳେ କେବଳ ମେଡିକାଲ, ମିଡିଆ, ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଅନୁମତି ମିଳିବ। ନିଜ ସଂସ୍ଥା ଦ୍ୱାରା ପ୍ରଦତଃ ପରିଚୟପତ୍ର ଦେଖାଇ ସେମାନେ ଯାଇପାରିବେ। ଏଥିସହ ରେଳ ଷ୍ଟେସନ ଓ ଏୟାରପୋର୍ଟ ଯାଉଥିବା ପବ୍ଲିକ ଟ୍ରାନ୍ସପୋର୍ଟକୁ ଅନୁମତି ମଳିବ। ମେଡିକାଲ ଇମର୍ଜେନ୍ସି ଥିଲେ ତତସମ୍ବନ୍ଧୀୟ କାଗଜପତ୍ର ଦେଖାଇ ଯାଇପାରିବେ।

Leave A Reply

Your email address will not be published.