Odisha Link
Bridging the Missing Links in Odisha

ହସ୍ପିଟାଲ ପାଇଁ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର: କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଥିବା ବେଳେ ରାଜ୍ୟରେ କଟକଣାକୁ କଡାକଡି କରାଯାଇଛି। ସଂକ୍ରମଣରେ ବ୍ରେକ୍‌ ଦେବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ହସ୍ପିଟାଲ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି। ଏହି ଗାଇଡଲାଇନରେ ଉଭୟ ସରକାରୀ ଏବଂ ଘରୋଇ ହସ୍ପିଟାଲ ପାଇଁ ନିୟମାବଳୀ ଜାରି ହୋଇଛି।

ହସ୍ପିଟାଲ ଗାଇଡଲାଇନ ମୁତାବକ, ପ୍ରତ୍ୟେକ ହସ୍ପିଟାଲରେ ଅଲଗା ଜ୍ୱର ଏବଂ ଆଇସୋଲେସନ୍ କ୍ଲିନିକ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ହସ୍ପିଟାଲକୁ ଆସୁଥିବା ସମସ୍ତ ଲୋକଙ୍କର ସ୍କ୍ରିନିଂ କରାଯିବ। ହାତଧୋଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ସାନିଟାଇଜର୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ହସ୍ପିଟାଲର ଯଦି କୌଣସି ସେକ୍ସନ୍ରୁ ସଂକ୍ରମିତ ବାହାରନ୍ତି ତେବେ ତାକୁ ତୁରନ୍ତ ବନ୍ଦକରାଯିବ। ସେହି ସେକ୍ସନ୍ରୁ ରୋଗୀଙ୍କୁ ଅଲଗା ସ୍ଥାନରେ ରଖିବାକୁ ବ୍ୟବସ୍ଥା କରାଯିବ ଏବଂ ରୁମ୍କୁ ଖାଲି କରାଯିବ। ଆଉ ଉକ୍ତ ରୁମକୁ ଖାଲି କରାଯାଇ ତାକୁ ସାନିଟାଇଜ୍ କରାଯାଇ ୨୪ ଘଣ୍ଟା ବନ୍ଦ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.